ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କର ଆଜିଠୁ ଆରମ୍ଭ ହେଲା କ୍ଲାସ୍

ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କର ଆଜିଠୁ ଆରମ୍ଭ ହେଲା କ୍ଲାସ୍ । ଆଜିଠାରୁ ଏପ୍ରିଲ ୮ ଯାଏ ନାମଲେଖା ହେବ, ବହି ବଣ୍ଟାଯିବ। ୮ ତାରିଖ ପରେ ସ୍କୁଲ ପ୍ରବେଶ ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଆସନ୍ତା ୧୧ ତାରିଖରୁ ସକାଳୁଆ କ୍ଲାସ ହେବ।

ମେ ମାସରେ ଖରା ଛୁଟି ହେବ । ପ୍ରଥମ ଥର ପାଇଁ କ୍ୟାଲେଣ୍ଡର ପରିପ୍ରକାଶ କରାଯାଇଛି ଉତ୍କଳ ଦିବସରେ ଡ଼ାଏରି ବି ଉନ୍ମୋଚନ ହୋଇଛି । ଖାତା ପ୍ରିଣ୍ଟିଂ ଚାଲିଛି । ଖୁବ ଶୀଘ୍ର ପିଲାଙ୍କ ପାଖରେ ପହଂଚିବ । ୧୦୬ ଅପଗ୍ରେଡେଡ ସ୍କୁଲରେ ପ୍ରାଥମିକତା ପାଇବେ ସେହି ସ୍କୁଲର ଦଶମ ପାସ ଛାତ୍ର । ୧୦୬ ଅପଗ୍ରେଡେଡ ସ୍କୁଲରେ ଯିଏ ପ୍ରଧାନ ଶିକ୍ଷକ ଥିଲେ, ସେମାନଙ୍କୁ ଇନଚାର୍ଜ ପ୍ରିନସିପାଲ ଭାବେ ଏକାଦଶର ଘୋଷଣା କରାଯାଇଛି । ସେମାନଙ୍କ ପ୍ରଶିକ୍ଷଣ ଶିବିର କରାଯାଇଛି ।

ଯେହେତୁ ସେମାନେ ଦଶମ ଶ୍ରେଣୀ ଯାଏ ଥିଲେ, ଏକାଦଶ ସମ୍ପର୍କରେ ସେମାନଙ୍କ ଧାରଣା ନଥିଲା, ତେଣୁ କେମିତି ନାମଲେଖା ଓ ପାଠ ପଢା ହେବ । ସେ ଦିଗରେ ପ୍ରଶିକ୍ଷଣ ଦିଆଯାଇଛି. ଯେଉଁ ସ୍କୁଲରେ ଏକାଦଶ ଖୋଲାଯାଇଛି, ସେହି ସ୍କୁଲରୁ ପାସ ହୋଇଥିବା ଦଶମ ଶ୍ରେଣୀ ପିଲାକୁ ନାମଲେଖାରେ ପ୍ରାଥମିକତା ମିଳିବ । ଅନ୍ୟ ସବୁ ସାମ୍ସ ମାଧ୍ୟମରେ ନାମଲେଖା ହେବ । ଦଶମ ଫଳାଫଳ ବାହାରିବା ପରେ ସେହି ୧୦୬ ଅପଗ୍ରେଡେଡ ସ୍କୁଲର ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ।