ଆହୁୁରି ୩ ସପ୍ତାହ ଚାଲିବ ସଭ୍ୟ ସଂଗ୍ରହ

1 min read

ଭୁବନେଶ୍ୱର:  ୩ ସପ୍ତାହ ପାଇଁ ବଢ଼ିଲା ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ । ବର୍ତ୍ତମାନ ସୁଦ୍ଧା ୪୧ ଲକ୍ଷ ସଭ୍ୟ ଦଳରେ ରହିଛନ୍ତି । ପ୍ରତି ନିର୍ବାଚନମଣ୍ଡଳୀକୁ ୬୦ ହଜାର ସଭ୍ୟ ସଂଗ୍ରହର ଟାର୍ଗେଟ ରଖାଯାଇଛି । ତେବେ ୪.୮୧ ଲକ୍ଷ ସଭ୍ୟଙ୍କ ସହ ଆଗରେ ରହିଛି ଯାଜପୁର । ତା’ପଛକୁ ରହିଛି ମୟୂରଭଞ୍ଜ । ପର୍ଯ୍ୟବେକ୍ଷକଙ୍କ ସହ ବୈଠକ ପରେ ସ୍ପଷ୍ଟ କରିଛନ୍ତି ବରିଷ୍ଠ ନେତା ଦେବୀ ମିଶ୍ର ।

ପର୍ଯ୍ୟବେକ୍ଷକ ଓ ଜିଲ୍ଲା ସଭାପତିଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରିଥିଲେ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ।  ସଭ୍ୟ ସଂଗ୍ରହ ଅଭିଯାନ ଗତ ସେପ୍ଟେମ୍ବର ୨ ତାରିଖରୁ ଆରମ୍ଭ ହୋଇଥିଲା । ତେବେ ପୂର୍ବରୁ ଏହାକୁ ଅକ୍ଟୋବର୩୧ରେ ସାରିବାକୁ ସମୟ ଧାର୍ଯ୍ୟ କରାଯାଇଥିଲା । ଏହାକୁ ଏବେ ତିନି ସପ୍ତାହ ପାଇଁ ବୃଦ୍ଧି କରାଯାଇଛି । ଗତ ଥର ୪୮ ଲକ୍ଷ ସଭ୍ୟ ସଂଗ୍ରହ ହୋଇଥିଲେ । ତେବେ, ଏଥର ତା’ଠାରୁ ଅଧିକ ସଭ୍ୟ ସଂଗ୍ରହ କରିବା ପାଇଁ ଅବଧି ବୃଦ୍ଧି କରିଥିବା ଚର୍ଚ୍ଚା ହେଉଛି । ')}

Leave a Reply