୧୯୮୦ରେ ଇନ୍ଦିରା ଗାନ୍ଧୀଙ୍କ ସହ କଣ ଘଟିଥିଲା, କାହିଁକି ହରାଇଥିଲେ ସଭ୍ୟ ପଦ ?
ନନ୍ଦିଘୋଷ ବ୍ୟୁରୋ: କେବଳ ରାହୁଲ ଗାନ୍ଧୀ ନୁହଁନ୍ତି, ଅତୀତରେ ତାଙ୍କ ଜେଜେ ମାଆ ମଧ୍ୟ ଅଯୋଗ୍ୟ ଘୋଷିତ ହୋଇଛନ୍ତି । ୧୯୭୭ର ଜରୁରୀକାଳିନ ପରିସ୍ଥିତ ପରେ ଅନୁଷ୍ଠିତ ନିର୍ବାଚନରେ ଶୋୟନୀୟ ପରାଜୟ ହୁଅନ୍ତି । ୧୯୭୮ ମସିହାରେ ଅନୁଷ୍ଠିତ ହୁଏ କର୍ଣ୍ଣାଟକର ଚିକମଙ୍ଗଲୁର ଆସନରେ ଉପନିର୍ବାଚନ । ସମାଜବାଦୀ ନେତା ବୀରେନ୍ଦ୍ର ପାଟିଲଙ୍କ ବିପକ୍ଷରେ ପ୍ରାର୍ଥୀପତ୍ର ଦାଖଲ କରନ୍ତି ଇନ୍ଦିରା ଗାନ୍ଧୀ । ନିଦର୍ବାଚନରେ ୭୦ ହଜାରରୁ ଅଧିକ ଭୋଟରେ ବିଜୟୀ ହୁଅନ୍ତି ଇନ୍ଦିରା ।
କିନ୍ତୁ ନଭେମ୍ବର ୧୮ ତାରିଖରେ ଇନ୍ଦିରା ଲୋକସଭାରେ ପହଁଚିବା ପରେ ତତକାଳୀନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇ ଅନ୍ଦିରାଙ୍କ ବିରୋଧରେ ଆଣନ୍ତି ସଙ୍ଗୀନ ଅଭିଯୋଗ । କ୍ଷମତାର ଦୁରୂପଯୋଗ ଓ ସରକାରୀ ଅଧିକାରୀମାନଙ୍କୁ ଅପମାନିତ କରିବା ଅଭିଯୋଗ ଆଣିଥିଲେ । ଉକ୍ତ ପ୍ରସ୍ତାବ ପାରିତ ହୋଇଥିଲା । ୭ ଦିନ ଧରି ସଂସଦରେ ଚାଲେ ବିତର୍କ । ସେପଟେ ଇନ୍ଦିରାଙ୍କ ବିରୋଧରେ ଗଠନ ହୁଏ ସ୍ୱାଧିକାରୀ କମିଟି । ଉକ୍ତ କମିଟି ଇନ୍ଦିରାଙ୍କ ବିରୋଧରେ ତଦନ୍ତ କରି ମାସକ ମଧ୍ୟରେ ରିପୋର୍ଟ ପ୍ରଦାନ କରିଥିଲା । ଫଳରେ ଇନ୍ଦିରାଙ୍କୁ ହାତରୁ ଚାଲିଯାଇଥିଲା ସଂସଦ ପଦ । କେବଳ ଏତିକି ନୁହେଁ ମାମଲାରେ ଗିରଫ ହୋଇ ତିହାର ଜେଲ ଯାଆନ୍ତି ଇନ୍ଦିରା ଗାନ୍ଧୀ ।
ସେପଟେ ଜେଲରୁ ଆସିବା ପରେ ଦେଶର ବିଭିନ୍ନ ପ୍ରାନ୍ତକୁ ଭ୍ରମଣ କରି ରାଜନୈତିକ ସଭା– ସମାବେଶ କରନ୍ତି ଇନ୍ଦିରା । ୧୯୮୦ ମସିହାରେ ଆଭ୍ୟନ୍ତରଣ କନ୍ଦଳ ଯୋଗୁ ଭାଙ୍ଗିଯାଇଥିଲା ଜନତା ପାର୍ଟି ସରକାର । ସାଧାରଣ ନିର୍ବାଚନ ତାରିଖ ଘୋଷଣା ହୋଇଥିଲା । ଜଗଜୀବନ ରାମ ଓ ଚୌଧୁରୀ ଚରଣ ସିଂହଙ୍କ ଭଳି ଅନୁଭବୀ ନେତାଙ୍କୁ ସାମ୍ନା କରୁଥିଲେ ଇନ୍ଦିରା ଗାନ୍ଧୀ । ଆଉ ଏହି ନିର୍ବାଚନରେ ଇନ୍ଦିରାଙ୍କୁ ମିଳିଥିଲା ଆଶ୍ଚର୍ଯ୍ୟଜନକ ଫଳ । ୧୯୮୦ ନିର୍ବାଚନରେ ୫୨୯ ଆସନରୁ ୩୬୩ଟି ଆସନ ହାତେଇ ବୃହତ ବିଜୟ ହାସଲ କରିଥିଲା ଦଳ । ଇନ୍ଦିରା ହୋଇଥିଲେ ପ୍ରଧାନମନ୍ତ୍ରୀ ।