ଛଟ୍ ପୂଜା ପାଇଁ ପ୍ରସ୍ତୁତି ଶେଷ
1 min readଛଟପୂଜା ହେଉଛି ପର୍ବ ମାନଙ୍କ ମଧ୍ୟରେ ସବୁଠୁ ଶ୍ରେଷ୍ଠ । କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥୀରେ ପଡୁଥିବାରୁ ଏହାକୁ ଛଟ୍ କୁହାଯାଏ । ଚାରି ଦିନ ଧରି ପାଳନ ହେଉଥିବା ଏହି ପର୍ବରେ ସୂର୍ଯ୍ୟ ଦେବ ଓ ଛଟୀ ମାତାଙ୍କୁ ପୂଜା କରାଯାଏ । ଏହି ବ୍ରତ କଲେ ସମସ୍ତ ମନୋସ୍କାମନା ପୂରଣ ହୁଏ ବୋଲି ବିଶ୍ବାସ ରହିଛି । ବିହାର ସମେତ ଦେଶର ବିଭିନ୍ନ ସ୍ଥାନରେ ପାଳନ ହେଉଥିବା ଏହି ଛଟପୂଜା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି ।
ବାଉଁସରେ ତିଆରି କୁଲା ଓ ଡାଲା କିଣିବାକୁ ବଜାରରେ ଭିଡ ।
ଏଥିରେ ବ୍ରତଧାରୀ ମାନେ ସମସ୍ତ ପୂଜା ସାମଗ୍ରୀ ନେଇ ଘାଟକୁ ଯାଇଥାଆନ୍ତି ।
ତା ସହ ଏହି ବ୍ରତରେ ମାଟି ଚୁଲାର ବିଶେଷ ମହତ୍ବ ରହିଛି । କାରଣ ଏହି ମାଟି ଚୁଲିରେ ଆମ୍ବ କାଠ ଜାଳି ସମସ୍ତ ପ୍ରସାଦ ପ୍ରସ୍ତୁତ କରାଯାଏ ।
ନଦୀ କୂଳରେ ପାଳନ ହେଉଥିବା ଛଟ୍ ପୂଜାର ସବୁଠାରୁ ବଡ ପ୍ରସ୍ତୁତି ହେଉଛି ଘାଟ । ଅକ୍ଟୋବର ୩୧ରୁ ଆରମ୍ଭ ହେଉଥିବା ଛଟ୍ ପାଇଁ ସମସ୍ତ ଘାଟର ସେଫଇ ମଧ୍ୟ ଶେଷ ହୋଇଛି । ଧୁମଧାମରେ ଏଥର ଛଟ୍ ପୂଜା ପାଳନ କରିବାକୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ')}