ଦେହ ଦଲାଲକୁ ଦଣ୍ଡ !

1 min read

ବଲାଙ୍ଗିର:  ସେକ୍ସ ରାକେଟ ଚଲାଉଥିବା ଅଭିଯୋଗରେ ଜଣେ ଯୁବତୀ ଏବଂ ୩ଜଣ ଯୁବକଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଛନ୍ତି ସ୍ଥାନୀୟ ଲୋକେ। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ଥାନା ଅନ୍ତର୍ଗତ ବୁରୋଭାଡ଼ି ଗାଁରେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମହିଳାଙ୍କ ସମେତ ୩ଜଣ ଯୁବକଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖି ପଚରାଉଚରା କରୁଛି ।

୩ ଯୁବକଙ୍କ ଘର ସୋନପୁର ଜିଲ୍ଲାରେ ହୋଇଥିବା ବେଳେ ଯୁବତୀ ଜଣଙ୍କ ସମ୍ବଲପୁରରୁ ହୋଇଥିବା ପୋଲିସ ସୂଚନାରୁ ଜଣାପଡ଼ିଛି । ସୂଚନା ଅନୁଯାୟୀ, ବୁରୋଭାଡ଼ି ଗାଁରେ କିଛି ମାସ ହେବ ଏମାନେ ସେକ୍ସ ରାକେଟକୁ ଚଲାଇ ଆସୁଥିଲେ । ଏହି ଯୁବକ ଏବଂ ଯୁବତୀ ମାନେ ବାହାରୁ ଆସି ନିଜର କାୟା ବିସ୍ତାର କରିଚାଲିଥିଲେ ଉକ୍ତ ଅଞ୍ଚଳରେ । ତେବେ ଏନେଇ ଗାଁ ଲେକେ ଏମାନଙ୍କ ବିରୋଦ୍ଧରେ ପୋଲିସ ପାଖରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଚୁପ ରହିଥିଲା  । କିନ୍ତୁ ଗାଁ ଲୋକେ ଏହା ବାରମ୍ବାର ହେଉଥିବା ଦେଖି ଉକ୍ତ ୪ ଜଣଙ୍କୁ ଗତକାଲି ରାତିରେ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି  ।  ଘଟଣା ସ୍ଥଳରେ ପୋଲିସ ପହଞ୍ଚି ୪ଜଣଙ୍କୁ ଉଦ୍ଧାର କରିଛି ')}

Leave a Reply