ପଦଯାତ୍ରାରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

1 min read

କେନ୍ଦ୍ରୀୟ ଭୁବନେଶ୍ୱର ବିଧାନସଭା ଅଞ୍ଚଳରେ ଆଜି ବିଜେଡି ପକ୍ଷରୁ ଏକ ବିରାଟ ଜନସଂପର୍କ ପଦଯାତ୍ରାର ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ବିଜେଡିର ଏହି ପଦଯାତ୍ରା ୩୪ ନମ୍ବର ଓ୍ବାର୍ଡର ସତ୍ୟନଗର ଫିଲ୍ଡସ୍ଥିତ ତୋଷାଳୀ ପ୍ଲାଜା ନିକଟରୁ ଆରମ୍ଭ ହେବ। ଦିନ ୧୧ଟା ୧୫ରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ୮ ହଜାରରୁ ଅଧିକ ବିଜେଡି କର୍ମୀ ଯୋଗଦେବେ ବୋଲି ଜଣାପଡିଛି। ଏହି ପଦଯାତ୍ରାରେ ସ୍ଥାନୀୟ ବିଧାୟକଙ୍କ ସହ ପୂର୍ବତନ କର୍ପୋରେଟର ପ୍ରମୁଖ ଯୋଗଦେବେ। ')}

Leave a Reply