ଶବ ଦାହ ପାଇଁ ମିଳିଲାନି କାଠ, ୩ ଘଣ୍ଟା ଶ୍ମଶାନରେ ପଡ଼ିରହିଲା ଶବ

1 min read

ସମ୍ବଲପୁର: ରାମ ନାମ ସତ୍ୟ ହେ… ହରି ନାମ ସତ୍ୟ ହେ… ।

ଏମିତି ଶବକୁ କାନ୍ଧେଇ ମଶାଣିରେ ପହଞ୍ଚିଥିଲେ ସମ୍ପର୍କୀୟ…। ଗୋଟିଏ ଶବ ନୁହେଁ, ଏମିତି ୪ ଟି ଶବ ଯାଇ ପହଞ୍ଚିଥିଲା ମଶାଣିରେ । କିନ୍ତୁ ଶ୍ମଶାନରେ ପହଞ୍ଚିଲା ପରେ ଶବ ଦାହ ପାଇଁ ମିଳିଲାନି କାଠ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁରର ରାଜଘାଟରେ । ଶବକୁ ଦାହ କରିବା ପାଇଁ କାଠ ନମିଳିବାରୁ ସାଧାରଣ ଲୋକେ ଅସୁବିଧାର ଶିକାର ହୋଇଛନ୍ତି । ଆଜି ସକାଳୁ ଚାରୋଟି ଶବ ଦାହ ପାଇଁ ରାଜଘାଟକୁ ପହଞ୍ଚିଥିଲା । ସକାଳ ଆଠଟାରୁ ଧାଁ ଦଉଡ କରିବା ପରେବି ଦାହ ପାଇଁ କାଠର ଯୋଗାଡ ହୋଇପାରିନଥିଲା ।

ଯେଉଁଥିପାଇଁ ୩ ଘଣ୍ଟା ପର୍ଯ୍ୟନ୍ତ ଶବ ଶ୍ମଶାନରେ ପଡ଼ିରହିଥିଲା । ଏନେଇ ସ୍ଥାନୀୟ ଲୋକେ ଏବଂ ମୃତକ ପରିବାର ମହାତ୍ମା ଗାନ୍ଧୀ ରିଂ ରୋଡକୁ ଅବରୋଧ କରିଥିଲେ । ଯାହାକୁ ନେଇ ଯାତାୟତ କିଛି ସମୟ ପାଇଁ ପୁରା ଠପ୍‌ ହୋଇ ଯାଇଥିଲା ।

ତେବେ ରାସ୍ତା ଅବରୋଧ ପରେ ଜରୁରୀ କାଳୀନ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ସହ କାଠର ଯୋଗାଡ଼ କରିଥିଲେ  । ଏ ଅସୁବିଧା କେବଳ ଆଜିର ନୁହେଁ  ।

କାଠ ଅଭାବରୁ ଏଠାରେ ଇଲେକ୍ଟ୍ରି ଚୁଲାର ବ୍ୟବସ୍ଥା କରାଯାଇଛି  । କିନ୍ତୁ ଏହା ଠିକ୍‌ ଭାବରେ କାର୍ଯ୍ୟରେ ଆସୁନି  । ଅଧିକାଂସ ସମୟ ଏହା ଖରାପ ହୋଇ ପଡୁଥିବା କହିଛନ୍ତି ଗାଁ ଲୋକେ  । ହେଲେ ସ୍ଥାୟୀ ବ୍ୟବସ୍ଥା ପାଇଁ ମହାନଗର ନିଗମକୁ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଉ ନାହିଁ ।

ମାତ୍ର ଆଜିପାଇଁ କାଠ ସମସ୍ୟା ଦୂର ହୋଇଯାଇଥିଲେବି ସ୍ଥାୟୀ ସମାଧାନ କେବେ ହେବ ତାର ଜବାବ କାହା ପାଖରେ ନାହିଁ । ')}

Leave a Reply