ନକଲି ମଦ ସହ ନାମୀଦାମୀ କମ୍ପାନୀର ଲୋଗୋ ଜବତ

1 min read

ଭଦ୍ରକ: ତିହିଡି ଥାନା ହିନ୍ଦୋଳ ଅଞ୍ଚଳରେ ନକଲି ମଦ କାରଖାନା ଠାବ କରାଯାଇଛି । ଲକ୍ଷାଧିକ ଟଙ୍କାର ନକଲି ମଦ ସହ, ବିଭିନ୍ନ ନାମୀଦାମୀ କମ୍ପାନୀର ଲୋଗୋ ମଧ୍ୟ ଜବତ ହୋଇଛି  । ମାମଲାରେ ଜଣଙ୍କୁ ଗିରଫ କରାଯାଇଛି ।

ଗିରଫ ମହିଳା ଜଣକ ହେଲେ ସେହି ଅଞ୍ଚଳର ଗୀତାଞ୍ଜଳି ଦାସ ।  ଚଢାଉ ବେଳେ ଘଟଣାସ୍ଥଳରୁ ଆଉ ଜଣେ ଫେରାର ହୋଇଯାଇଛି ।

ପ୍ରାୟ ୩-୪ ମାସ ହେଲା ଏଠାରେ ନକଲି ମଦ କାରଖାନା ଚାଲୁଥିବା ସୂଚନା ମିଳିଛି । ଏନେଇ କୌଣସି ସୂତ୍ରରୁ ଖବର ପାଇ ଗତକାଲି ରାତିରେ ଭଦ୍ରକ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ସାଧାରଣ ନିର୍ବାଚନ ସମୟରେ ନକଲି ମଦ ପିଇ କିଛି ଲୋକ ପ୍ରାଣ ହରାଇଥିଲେ ।

')}

Leave a Reply