ଜମି ଅଧିଗ୍ରହଣକୁ ବିରୋଧ: ତାଳଚେର ବିଧାୟକ ଅଟକ

1 min read

ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଅଟକ ।   ସ୍ଥାନୀୟ ଭାଲୁଗାଡ଼ିଆ ଗାଁରେ  MCLର ହିଙ୍ଗୁଳା ଖଣି ପାଇଁ  ଜମି ଅଧିଗ୍ରହଣ ସମୟରେ ବିରୋଧ ଅଭିଯୋଗରେ ବିଧାୟକଙ୍କୁ ଅଟକ ରଖାଯାଇଥିବା ସୂଚନା । ଦୀର୍ଘଦିନରୁ ସରକାରୀ ସ୍ତରରେ ଜମି ଅଧିଗ୍ରହଣ ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଥିବା ବେଳେ ସ୍ଥାନୀୟ ଲୋକେ ବିଭିନ୍ନ ଦାବି ନେଇ ଵିରୋଧ କରି ଆସୁଥିଲେ । ଜମି ପ୍ରତିବଦଳରେ ସେମାନଙ୍କୁ ଅନ୍ୟତ୍ର ଜମି ପ୍ରଦାନ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଆସୁଥିଲା ।

ତେବେ ଏହାର କୌଣସି ପ୍ରତିକାର ନକରି ଆଜି ପ୍ରଶାସନିକ ଅଧିକାରୀ ମାନେ ଭାଲୁଗାଡ଼ିଆ ଅଂଚଳରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲେ । ଯାହାକୁ ବିରୋଧ କରିଥିଲେ ଅଞ୍ଚଳବାସୀ । ଅଞ୍ଚଳବାସୀଙ୍କୁ ଅନୁରୂପ ଭାବେ ସମର୍ଥନ ଜଣାଇ ସ୍ଥାନୀୟ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଉଚ୍ଛେଦ ପ୍ରକ୍ରିୟା କୁ ବିରୋଧ କରିବାରୁ ଅନ୍ୟ ଶତାଧିକ ଆନ୍ଦୋଳନକାରୀଙ୍କ ସମେତ ବିଧାୟକଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି । ')}

Leave a Reply