୧୯ ବର୍ଷ କ୍ୟାରିୟର ପରେ ବେବୋ କାହିଁକି ଦେଲେ ଅଡ଼ିସନ ?

1 min read

ବଲିଉଡ଼ର ବହୁ ଚର୍ଚ୍ଚିତ ନାୟିକା କରିନା କପୁର ନିଜ କ୍ୟାରିୟର ଉପରେ ପ୍ରଥମ କରି ଖୁଲାସା କରିଛନ୍ତି । ନିଜ କ୍ୟାରିୟର ୧୯ ବର୍ଷରେ ସେ ନିଜକୁ ଖୁବ ସଫଳ କରିପାରିଛନ୍ତି  । କିନ୍ତୁ ଆପଣମାନେ ଜାଣନ୍ତି ୧୯ବର୍ଷର କ୍ୟାରିୟର ପରେ ବି ତାଙ୍କୁ ଏକ ନୂଆ ଫିଲ୍ମ ପାଇଁ  ଅଡିସନ ଦେବାକୁ ପଡ଼ିଛି । ଅମିରଙ୍କ ଫିଲ୍ମ “ଲାଲ ସିଂ ଚଡ୍ଡା” ପାଇଁ ତାଙ୍କୁ ଏହି ଅଡିସନ ଦେବାକୁ ପଡ଼ିଛି । ତେବେ ନିଜକୁ ଫିଟ ଦେଖାଇବା ବାଇଁ ବେବୋ ଏହି ଅଡିସନ ଦେଇଛନ୍ତି ।   

 

ଏହି ଫିଲ୍ମର କାହାଣୀ ଶୁଣିବାକୁ ଆମିର ତାଙ୍କୁ କହିଥିବା ବେଳେ ସେ ଏହି ଫିଲ୍ମରେ କରୀନଙ୍କୁ ନାୟିକା ଭାବେ ଦେଖିବାକୁ ଇଚ୍ଛା ପ୍ରକାସ କରିଥିଲେ  । ତେବେ ଏନେଇ ବେବୋ କୁହନ୍ତି  “ମୁଁ ଜୀବନରେ କେବେ ଏମିତି ପରିସ୍ଥିତିର ସାମ୍ନା କରିନାହିଁ ଯଦି ଏମିତି କିଛି ଅଡ଼ିସନ ଦେବାକୁ ପଡୁଛି ତେବେ ଏଥିରେ ମୋର କୌଣସି ଆପତ୍ତି ନାହିଁ”  । ତେବେ ଏନେଇ ସୈଫ ତାଙ୍କୁ ସାହାଯ୍ୟ କରିଥିବା ନେଇ ସେ ସ୍ପଷ୍ଟ କରିଛନ୍ତି  । ତେବେ “ଲାଲ ସିଂ ଚଡ୍ଡା” ଫିଲ୍ମଟି ହେଇଛି ଏକ ହଲିଉଡ଼ ଫିଲ୍ମର ରିମେକ୍ ।

')}

Leave a Reply