ମାଗଣାରେ ମହିଳାଙ୍କ ବସ୍ ଯାତ୍ରା; ଜାଣନ୍ତୁ ଦେଶର କେଉଁ ସହରରେ ଆରମ୍ଭ ହେଲା ସେବା
1 min readନୂଆଦିଲ୍ଲୀ: ମହିଳାଙ୍କ ପାଇଁ ଆରମ୍ଭ ହେଲା ମାଗଣା ବସ୍ ସେବା । ଦେଶରେ ପ୍ରଥମଥର ପାଇଁ ସମସ୍ତ ମହିଳା ମାଗଣାରେ ବସ୍ରେ ଯାତାୟତ କରିପାରିବେ । ପ୍ରଥମ ଥର ପାଇଁ ଦିଲ୍ଲୀ ପରିବହନ ନିଗମ ଦ୍ୱାରା ପରିଚାଳିତ ବସ୍ରେ ଆଜିଠାରୁ ସମସ୍ତ ମହିଳା ମାଗଣାରେ ଯାଇପାରିବେ ।
ଏଭଳି ଏକ ବଡ଼ ଘୋଷଣା କରିଛନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ କେଜ୍ରିୱାଲ । ମହିଳାଙ୍କୁ ମାଗଣା ବସ୍ ଯାତ୍ରା ସହ ସୁରକ୍ଷା ପାଇଁ ଦିଲ୍ଲୀ ସରକାର ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛନ୍ତି ।
ବସ୍ରେ ଗଲାବେଳେ ମହିଳାମାନେ ଯେମିତି କୌଣସି ଅସୁବିଧାର ସମ୍ମୁଖୀନ ନହେବେ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି । ଦିଲ୍ଲୀରେ ଚାଲୁଥିବା ସମସ୍ତ ବସ୍ ଠାରୁ ଏହା ପୁରା ଭିନ୍ନ ରହିଛି । ସବୁଠାରୁ ବଡ଼ କଥା ହେଉଛି ବସ୍ ଗୁଡିକରେ ୧୩ ହଜାରରୁ ଅଧିକ ମହିଳା ମାର୍ଶଲଙ୍କୁ ନିଯୁକ୍ତି କରାଯିବା ପାଇଁ କେଜ୍ରିୱାଲ ଘୋଷଣା କରିଛନ୍ତି ।
ଆଜିଠାରୁ ଡିଟିସି ଦ୍ୱାରା ପରିଚାଳିତ ସମସ୍ତ ବସ୍ଗୁଡ଼ିକରେ ମହିଳା ମାର୍ଶାଲଙ୍କୁ ଦେଖିବା ପାଇଁ ମିଳିବ ।
ଯାତ୍ରା ସମୟରେ ମହିଳା ଅସୁରକ୍ଷିତ ମନେ କଲେ କିମ୍ବା ଅସୁବିଧାରେ ପଡ଼ିଲେ ସିଟ୍ ପାଖରେ ଥିବା ସିକ୍ୟୁରିଟି ଆଲାରାମ ବ୍ୟବହାର କରିପାରିବେ । ଯାହାକୁ ଦବେଇବା ମାତ୍ରେ ବସ୍ଟି ରାସ୍ତାରେ ରହିବା ସହ ମାର୍ଶଲ ଜଣକ ମହିଳାଙ୍କ ପାଖକୁ ସଙ୍ଗେ ସଙ୍ଗେ ଚାଲିଆସିବେ । ଦିଲ୍ଲୀ ହେଉଛି ଦେଶର ଏକମାତ୍ର ରାଜ୍ୟ ଯେଉଁଠାରେ ମହିଳାମାନଙ୍କ ପାଇଁ ବସ୍ ଯାତ୍ରା ସମ୍ପୂର୍ଣ୍ଣ ମାଗଣା ହୋଇଥିବା ବେଳେ ସୁରକ୍ଷିତ ଯାତ୍ରାକୁ ସୁନିଶ୍ଚିତ କରାଯାଇଛି ।
')}