‘ବାପାଙ୍କର କିଛି ହେଲେ ଦିଲ୍ଲୀ ଚୌକି ଦୋହଲାଇ ଦେବି’
1 min readନୂଆଦିଲ୍ଲୀ: ରେଳବାଇରେ ଚାକିରି ବଦଳରେ ଜମି ଦେବା ମାମଲାରେ ଦିଲ୍ଲୀରେ ଲାଲୁ ଯାଦବଙ୍କୁ ସିବିଆଇର ପଚରାଉଚରା ଶେଷ ହୋଇଛି । ସିବିଆଇ ଟିମ୍ ଲାଲୁଙ୍କ ଝିଅ ମିସା ଭାରତୀଙ୍କ ଘରେ ୩ ଘଣ୍ଟା ପଚରାଉଚରା କରିଥିଲା। ସିବିଆଇ ଟିମ୍ ପଚରାଉଚରା କରି ଯିବା ପରେ ଝିଅ ରୋହିଣୀ ଆଚାର୍ଯ୍ୟ ଏକ ପ୍ରକାର ଧମକ ଦେଇଛନ୍ତି । ସେ କହିଛନ୍ତି ଯେ, ମୋ ବାପାଙ୍କୁ ହଇରାଣ କରାଯାଉଛି, ଯଦି ବାପାଙ୍କୁ କିଛି ହୁଏ, ତାହାଲେ ଦିଲ୍ଲୀର ଚୌକି ଦୋହଲାଇ ଦେବି ।
ରୋହିଣୀ ଟ୍ବିଟ କରି କହିଛନ୍ତି, ମୋ ବାପାଙ୍କୁ ଲଗାତାର ହଇରାଣ କରାଯାଉଛି । ତାଙ୍କୁ ଯଦି କିଛି ହୁଏ ତାହାଲେ ମୁଁ ଛାଡ଼ିବି ନାହିଁ । ସମୟ ବଡ଼ ବଳବାନ । ତାଙ୍କୁ ଯଦି କିଛି ହୁଏ ତାହାଲେ ଦିଲ୍ଲୀର ଚୌକି ଦେହଲାଇ ଦେବି । ଏବେ ବରଦାସ୍ତ କରିବା ସୀମା ଟପି ଯାଇଛି ।
पापा को लगातार परेशान किया जा रहा है। अगर उन्हें कुछ हुआ तो मैं किसी को नहीं छोड़ूंगी।
पापा को तंग कर रहे हैं यह ठीक बात नहीं है। यह सब याद रखा जाएगा। समय बलवान होता है, उसमें बड़ी ताकत होती है। यह याद रखना होगा।
— Rohini Acharya (@RohiniAcharya2) March 7, 2023
ସିଙ୍ଗାପୁରରୁ କିଡନୀ ପ୍ରତିରୋପଣ ପରେ ଲାଲୁ ଦିଲ୍ଲୀର ମିସା ଭାରତୀଙ୍କ ବାସଭବନରେ ରହୁଛନ୍ତି। ଦିନେ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡି ଦେବୀଙ୍କୁ ପାଟନାରେ ଥିବା ତାଙ୍କ ବାସଭବନରେ ସିବିଆଇ ପଚରାଉଚରା କରିଥିଲା। ଏହି ସମୟରେ ତାଙ୍କୁ ୪୮ ଟି ପ୍ରଶ୍ନ ପଚରାଯାଇଥିଲା ।
ଲାଲୁ ଯାଦବ ୨୦୦୪ରୁ ୨୦୦୯ ମସିହା ଯାଏ ରେଳବାଇ ମନ୍ତ୍ରୀ ଥିଲେ । ଏହି ସମୟରେ ଲାଞ୍ଚ ନେଇ ଚାକିରି ଦେଇଥିଲେ । ନିଜ ପରିବାର ଲୋକଙ୍କ ନାଁରେ ଜମି ଅଦଳବଦଳ କରି ଗ୍ରୁପ-ଡି ଚାକିରି ଦେଇଥିଲେ । ଏହି ଅଭିଯୋଗ ପରେ ସିବିଆଇ ଲାଲୁ ଏବଂ ତାଙ୍କ ପରିବାର ଲୋକଙ୍କ ନାଁରେ ଏଫଆଇଆର ରୁଜୁ କରିଛି । ଲ୍ୟାଣ୍ଡ ଫର୍ ଜବ୍ ସ୍କାମରେ ଲାଲୁ ଏବଂ ରାବଡି ଦେବୀଙ୍କ ସମେତ ୧୪ ଜଣଙ୍କୁ ସମନ କରିଥିଲା ।