spot_img

Latest Posts

ସୋସିଆଲ୍ ମିଡିଆ ସେନସେସନ୍ ପାଲଟିଲେ ବିହାର ଯୁବକ

ପାଟଣା: ସୋସିଆଲ୍ ମିଡିଆ ସେନସେସନ୍ ପାଲଟିଛନ୍ତି ବିହାରର ଯୁବକ ଅମରଜିତ ଜାକର। ଅମରଜିତ କୌଣସି ପେଶାଦାର ସିଙ୍ଗର ନହୋଇଥିଲେ ବି ତାଙ୍କ ଗୀତକୁ ଖୁବ୍ ପ୍ରଶଂସା କରିଛନ୍ତି ୟୁଜର୍ସ।

ତାଙ୍କର ଏକ ଭିଡ଼ିଓ ଟ୍ୱିଟରରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଏମିତିକି ଫେସବୁକରେ ୪-୫ ମିଲିୟନ୍ ଭ୍ୟୁଜ ମିଳିଛି । ୨୧ ବର୍ଷୀୟ ଅମରଜିତ ବିହାରର ସମସ୍ତିପୁର ଜିଲ୍ଲାର ବହୁଆ ଗାଁର ବାସିନ୍ଦା। ଭାଇରାଲ୍ ହେବାକୁ ନେଇ ସେ କହିଛନ୍ତି, ‘‘ପୂର୍ବରୁ ଲାଗୁଥିଲା ମୁଁ ଠିକଠାକ୍ ଗାଉଛି କିନ୍ତୁ ଏବେ ଭାଇରାଲ୍ ହେଲା ପରେ ସେମିତି କିଛି ଫିଲ୍ ହେଉନି। ଇଣ୍ଡିଆନ୍ ଆଇଡଲରେ ଗାଇବା ମୋର ସ୍ୱପ୍ନ ।

ଯୁକ୍ତ ୩ର ପ୍ରଥମ ବର୍ଷରେ ପଢୁଥିବା ଅମରଜିତଙ୍କ ମେନ୍ ଫୋକସ୍ ହେଉଛି ଗୀତ ଗାଇବା।  ଏନେଇ ସେ କୁହନ୍ତି, ମୁଁ ଆଗରୁ ଷ୍ଟେଜ ଶୋ କରୁଥିଲି । ଖାସ୍ କରି ବଡ଼ବଡ଼ ଫଙ୍କସନରେ ଗୀତ ଗାଇବା ଆରମ୍ଭ କରିଥିଲି । ପୂର୍ବରୁ ସେ ପାର୍ଟି ଫଙ୍କସନରେ ୱେଟର ଭାବେ କାମ କରୁଥିଲେ । ଧିରେଧିରେ ସେହି ଫଙ୍କସନରେ ଗାଇବା ଆରମ୍ଭ କରିଥିଲେ।

ଭାଇରାଲ୍ ହେଉଥିବା ଏହି ଭିଡ଼ିଓକୁ ବଲିଉଡର ନାମୀଦାମୀ ସେଲିବ୍ରିଟି ମଧ୍ୟ ଶେୟାର କରିଛନ୍ତି । ତେବେ ପ୍ରଥମେ ପରିବାର ଲୋକେ ତାଙ୍କୁ ସପୋର୍ଟ କରୁନଥିଲେ । କିନ୍ତୁ ଏକଦା ଏକ ଇଭେଣ୍ଟରେ ଜିତି ପୁରସ୍କାର ସ୍ୱରୂପ ୬୦୦୦ ଟଙ୍କା ପାଇଥିଲେ । ସେଥିରେ ଘର ପାଇଁ ଏକ ଗ୍ୟାସ ସିଲିଣ୍ଡର କିଣିଥିଲେ । ପରେ ପରେ ତାଙ୍କୁ ପରିବାରର ସମର୍ଥନ ମିଳିବାରେ ଲାଗିଥିଲା ।

Latest Posts

Don't Miss