ଦୀପାବଳି ପୂର୍ବରୁ ଦୁର୍ବୃତ୍ତଙ୍କ ଆତଙ୍କ

1 min read

ଦୀପାବଳି ପୂର୍ବରୁ ଦୁର୍ବୃତ୍ତ ଆତଙ୍କରାଜ  । ଜାଗା ଜାଗାରେ ବୋମା ଫୋପାଡି ଆତଙ୍କ ଖେଳାଇଛନ୍ତି ଦୁର୍ବୃତ୍ତ  । ଯାହାକୁନେଇ କାଳୀପୂଜାରେ ମସଗୁଲଥିବା ପୋଲସରାରେ ଏକ ଭୟର ବାତାବରଣ ଦେଖା ଦେଇଛି  । ରାତି ପ୍ରାୟ ୮ଟା୨୦ ମିନିଟ ସମୟରେ ଏକ ବାଇକ୍‌ରେ ଦୁଇଜଣ ଦୁର୍ବୃତ୍ତ ଆସି ସହରର ବିଭିନ୍ନ ସ୍ଥାନରେ ବୋମାମାଡ଼ କରିଥିଲେ  ।

ମିଳିଥିବା ସୂଚନା ଅନୁଯାୟୀ, ଗୋଟିଏ ବାଇକ୍‌ରେ ଦୁଇ ଜଣ ଯୁବକ ଆସି ପ୍ରଥମେ ବଜାର ଛକଠାରେ ବୋମାମାଡ଼ କରିଥିଲେ । ଏହାପରେ ସେମାନେ ବାଲିଘାଇ ଛକ ଓ ରାଣୀପଡ଼ା ଛକରେ ବୋମାମାଡ଼ କରି ଆତଙ୍କ ଖେଳାଇଥିଲେ । ବଜାର ସାହି ଛକ ନିକଟରେ ଥିବା ବିଦେଶୀ ମଦ ଦୋକାନ ସମ୍ମୁଖରେ ପ୍ରଥମ ବୋମା ପଡ଼ିଥିଲା । ସେହି ସମୟ‌ରେ ଅନ୍ୟ ଦୋକାନରେ ପୋଲସରା ଡାକ୍ତରଖାନାର ସ୍ବାସ୍ଥ୍ୟକର୍ମୀ ଅନୀଲ ମଲ୍ଲିକ୍‌ ବସିଥିବା ବେଳେ ସେ ମଧ୍ୟ ଆହତ ହୋଇଛନ୍ତି । ଆହତ ଅନୀଲଙ୍କୁ ୧୦୮ ଆମ୍ବୁଲାନ୍ସରେ ବ୍ରହ୍ମପୁର ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଥିଲା । ଏବଂ ଶଙ୍କର ବେହେରା ନାମକ ଅନ୍ୟ ଜଣେ ଯୁବକ ମଧ୍ୟ ବୋମାମାଡ଼ରେ ଆହତ ହୋଇଥିଲେ। ଘଟଣାସ୍ଥଳରେ ପୁରୁଷୋତ୍ତମପୁର ଏସ୍‌ଡିପିଓ  ଓ ପୋଲସରା ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣା ସ୍ଥଳରୁ ଫୁଟିଥିବା ବୋମାର ଟୁକୁଡ଼ା ଜବତ କରାଯାଇଛି । ତେବେ ଦୀପାବଳୀ ପୂର୍ବରୁ ଏଭଳି କାଣ୍ଡ ପୋଲିସ ପାଇଁ ଏକ ବଡ ଚ୍ୟାଲେଞ୍ଜ ଆଣିଦେଇଛି  । ')}

Leave a Reply