spot_img

Latest Posts

ବିଶ୍ବର ସବୁଠୁ ବଡ଼ ଆଭିଏସନ ଡିଲ, ୪୭୦ ନୂଆ ବିମାନ କିଣିବ ଟାଟା ଗ୍ରୁପ

ନୂଆଦିଲ୍ଲୀ: ୪୭୦ ବିମାନ କିଣିବ ଟାଟା ଗ୍ରୁପର ଏୟାର ଇଣ୍ଡିଆ । ବିଶ୍ୱର ସବୁଠାରୁ ବଡ଼ ବିମାନ ଡିଲ୍‌ କରିଛି ଟାଟା ଗ୍ରୁପ୍ । ଅତ୍ୟାଧୁନିକ ବୋଇଂ ଓ ଏୟାରବେସଠାରୁ ପାସେଞ୍ଜର ଏୟାରକ୍ରାଫ୍ଟ ବିମାନ କିଣିବାକୁ ଡିଲ କରିଛି ଟାଟା । ବିମାନ ନିର୍ମାଣକାରୀ କମ୍ପାନୀ ଏୟାରବସ୍‌ ଠାରୁ ୨୫୦ଟି ବିମାନ କିଣିବାକୁ ଟାଟା ଗ୍ରୁପ୍‌ ଚୁକ୍ତି କରିଛି। ଏହି ଡିଲ୍‌ରେ ୪୦ଟି ଏ୩୫୦ ୱାଇଡ ବଡି ଲଙ୍ଗ ରେଞ୍ଜ ବିମାନ ଓ ୨୧୦ଟି କମ୍ ଚଉଢ଼ା ରହିଥିବା ବିମାନ ରହିଛି। ଏ୩୨୦ ନେଓ ଢାଞ୍ଚାର ନୂଆ ବିମାନଗୁଡ଼ିକ ରହିବ। ଏହି ଡିଲ୍‌କୁ ଐତିହାସିକ ବୋଲି କହିଛନ୍ତି ଏୟାରବସ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜି ଫାଉରୀ।

ଏୟାର ଇଣ୍ଡିଆ ମୋଟ ୪୭୦ଟି ବିମାନ କିଣିବାକୁ ଲକ୍ଷ୍ୟ ରଖିଥିବା ବେଳେ ଏଥିପାଇଁ ୧୦୦ ବିଲିୟନ ଡଲାରରୁ ଅଧିକ ଖର୍ଚ୍ଚ ହେବ। ସେହିପରି ଟାଟା ଗ୍ରୁପ୍ ଆମେରିକାର ବୋଇଂ କମ୍ପାନୀଠାରୁ ଆଉ ୨୨୦ଟି ବିମାନ କିଣିବ । ୨୦୨୩ ଶେଷ ସୁଦ୍ଧା ସମସ୍ତ ନୂଆ ବିମାନ ସେବାରେ ନିୟୋଜିତ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

Latest Posts

Don't Miss