ଆଉ ଶୁଭିଲାନି ରୁଣୁଝୁଣୁ, ସେଇଠି ଅଟକିଗଲେ ମା’

1 min read

ଆଉ ଶୁଭିଲାନି ରୁଣୁଝୁଣୁ ଶଦ୍ଦ….. । ସେହି ଯାଗାରେ ଅଟକିଗଲେ ମା’…. । ଶୂନ୍ୟବାଣୀ ହେଲା ….ମୁଁ ଆଉ ଆଗକୁ ଯିବିନି…. । ଏଇଟି ଅଟକିବି…. । କାହାର ସେହି ରୁଣୁଝୁଣୁ ଶବ୍ଦ…. ? କିଏ ସେହି ମମତାମୟୀ ମା’….?  ଜାଣିବାକୁ ପଢ଼ନ୍ତୁ ପୂରା ଖବର…… ।

ଆଉ ଦିନକ ପରେ ମା’ ମହାକାଳୀଙ୍କୁ ଆବାହନ କରାଯିବ । ଏଥିପାଇଁ ଉତ୍ସବମୁଖର ମା ଭଦ୍ରକାଳୀଙ୍କ ପୀଠ । ୨୭ ତାରିଖରୁ ୭ଦିନ ଧରି ପୂଜା ପାଠ ଓ ନାମଯଜ୍ଞ ଅନୁଷ୍ଠିତ ହେବ । ସପ୍ତମାତୃକା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମା’।

ଓଡ଼ିଶାରେ ଅନେକ ସ୍ଥାନରେ କାଳୀପୂଜା ହେଉଥିବା ବେଳେ ଭଦ୍ରକର କାଳୀ ପୂଜା ବେଶ୍‌ ପ୍ରସିଦ୍ଧ । ମା ଭଦ୍ରକାଳୀଙ୍କ ନାମ ଅନୁସାରେ ଭଦ୍ରକ ସହର ନା

ମିତ ହୋଇଥିବା ଜଣାଯାଏ । ‘ଭଦ୍ର’ର ଅର୍ଥ କଲ୍ୟାଣ ଏବଂ କ’ର ଅର୍ଥ ଦୀପ୍ତିମୟ । ଅର୍ଥାତ ମା’ ହେଉଛନ୍ତି କଲ୍ୟାଣମୟୀ ଓ ଦୀପ୍ତିମୟୀ । ପବିତ୍ର ସାଳନ୍ଦୀ ନଦୀ ତଟରେ ଅବସ୍ଥାପିତ ମାଙ୍କ ପୀଠ । ଭଦ୍ରକ ସହରଠାରୁ ମାତ୍ର ୨ କିମି ଦୂରରେ ଅବସ୍ଥିତ । ତେବେ ଏହି ପୀଠର ଏକ ମାହତ୍ମ୍ୟ ରହିଛି ।

ପୁରାଣ ଅନୁସାରେ ମେଘାସନ ପର୍ବତର ଏକ ଗୁମ୍ଫାରେ ତାପସ ନାମକ ଜଣେ ଋଷି ଭଦ୍ରକାଳୀଙ୍କ ଶାନ୍ତ ପ୍ରତିମାକୁ ପୂଜା କରୁଥିଲେ । ଦିନେ ମା’ଙ୍କ ଦେହରୁ ଝରୁଥିବା କ୍ଷୀର ପାନ କରି ଋଷିଙ୍କ ଦେହାନ୍ତ ହେଲା । ତାପସଙ୍କ ଶିଷ୍ୟ ଭଦ୍ରନାଥ ଗୁରୁଙ୍କ ଦେହାବଶେଷକୁ ପୋତି ପୂଜା ଜାରିରଖିଲେ । ଦିନେ ଶୂନ୍ୟବାଣୀ ହେଲା ଯେ, ଋଷି ତାପସଙ୍କ ଶବକୁ ସାଳନ୍ଦୀ ନଦୀରେ ଭସାଇ ମୋ ପାଉଁଜିର ଶବ୍ଦକୁ ଅନୁସରଣ କରି ଆଗକୁ ବଢ଼ । ଶିଷ୍ୟ ଭଦ୍ରନାଥ ତାହା ହିଁ କଲେ । ଏବଂ ଶେଷରେ ପାଉଁଜୀର ଶବ୍ଦ ଏହି ସ୍ଥାନରେ ହିଁ ବନ୍ଦ ରହିଲା । ଶୂନ୍ୟବାଣୀ ହେଲା ଏଇଠାରେ ହିଁ ମୁଁ ଅବସ୍ଥାନ କରିବି । ମା’ ସେଇଠି ରହିଲେ ଆଉ ସେବେଠୁ ସେଇଠି ହିଁ ମା’ଙ୍କ ପୂଜା ଚାଲିଆସୁଛି ।

ଭଦ୍ରକାଳୀ ପୀଠରେ ମା ସର୍ବଦା ବିଶ୍ୱମାତା ରୂପରେ ଦର୍ଶନ ଦେଉଥିବା ବେଳେ କାଳୀ ପୂଜା ଅବସରରେ ସପ୍ତମାତୃକା ରୂପରେ ଦର୍ଶନ ଦେଇଥାନ୍ତି । ସେବାୟତଙ୍କ ଦ୍ଵାରା ମଙ୍ଗଳ ଆଳତୀ, ପହୁଡ଼ଭୋଗ, ସଂକୀର୍ତ୍ତନ, ଶତଚଣ୍ଡୀ ପାଠ ଓ ଦୀପଯଜ୍ଞ ଆଦି କରାଯାଏ । ଏହି ୭ଟି ବେଶରେ ଦର୍ଶନ କଲେ ଭକ୍ତର ମନୋକାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏଥିପାଇଁ ହଜାର ହଜାର ଶ୍ରଦ୍ଧାଳଙ୍କ ଭିଡ଼ ଜମିଥାଏ । ')}

Leave a Reply