ସମସ୍ତ ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଚିଠି, ୪ ସୁଦ୍ଧା ତଦନ୍ତ ସାର
1 min readରାଜ୍ୟରେ ଲଗାଣ ବର୍ଷାରେ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ଚିଠି । ତୁରନ୍ତ କ୍ଷୟକ୍ଷତିର ଆକଳନ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନର ଚିଠି ଲେଖିଛନ୍ତି । ଆସନ୍ତା ୪ ତାରିଖ ସୁଦ୍ଧା ବାସଗୃହ ଓ ଫସଲ କ୍ଷୟକ୍ଷତି ଆକଳନ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଅନୁଦାନକୁ ଅପେକ୍ଷା ନକରି ସାମାନ୍ୟ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ସହାୟତା ପ୍ରଦାନ ପାଇଁ ଏସଆରସି ଚିଠିରେ ଉଲ୍ଲେଖ କରିଛନ୍ତି ।
କ୍ଷତିଗ୍ରସ୍ତଙ୍କୁ ଏସଡିଆରଏଫ ଓ ଏନଡିଆରଏଫ ନିୟମ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ । ଫସଲ କ୍ଷୟକ୍ଷତିର ଆକଳନ ରାଜସ୍ୱ, କୃଷି ଓ ଉଦ୍ୟାନ ବିଭାଗ ଅଧିକାରୀ କରିବେ । କ୍ଷତିଗ୍ରସ୍ତ ବାସଗୃହ ଓ ହିତାଧିକାରୀଙ୍କ ଫଟୋ ଏକତ୍ର ଉଠାଯାଇଥିଲେ ତାକୁ ପ୍ରମାଣ ଭାବେ ଗ୍ରହଣ କରାଯିବ । ବର୍ଷାରେ ଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିଲେ ଅତିରିକ୍ତ ସହାୟତା ପ୍ରଦାନ କରାଯିବ । ଅଧିକାରୀଙ୍କ ରିପୋର୍ଟ ଅନୁସାରେ କ୍ଷତିଗ୍ରସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅର୍ଥ ଟ୍ରାନ୍ସଫର କରାଯିବ ବୋଲି ଏସଆରସି ଚିଠି ଲେଖିଛନ୍ତି ।
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଗତ ୨୩ରୁ ୨୫ ତାରିଖ ଯାଏଁ ରାଜ୍ୟରେ ଅବିଶ୍ରାନ୍ତ ବର୍ଷା ହୋଇଥିଲା । ଲଗାଣ ବର୍ଷାରେ କେତେକ ସ୍ଥାନରେ ଘର ଭାଙ୍ଗିଯିବା ସହ ଫସଲ ମଧ୍ୟ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ')}