ପ୍ରକାଶ ପାଇଲା ଜେଇଇ ମେନ୍-୨୦୨୩ ପରୀକ୍ଷା ଫଳାଫଳ
1 min readନୂଆଦିଲ୍ଲୀ : ପ୍ରକାଶ ପାଇଲା ଜେଇଇ ମେନ ସେସେନ-୧ ପରୀକ୍ଷା ଫଳ । ଦେଶର ବିଭିନ୍ନ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇବା ପାଇଁ ନେସ୍ନାଲ୍ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ପକ୍ଷରୁ କରାଯାଇଥିବା ଜେଇଇ ମେନ୍-୨୦୨୩ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। NTA JEEର ଅଫିସିଆଲ ଓ୍ବେବସାଇଟ jeemain.nta.nic.in ରେ ରେଜେଲ୍ଟ ଦେଖି ପାରିବେ ପରୀକ୍ଷାର୍ଥୀ ।
ଚଳିତ ବର୍ଷ ଜାନୁଆରୀ ୨୪ରୁ ଫେବୃଆରୀ ୧ ଯାଏଁ ପରୀକ୍ଷା ହୋଇଥିଲା ।ଯାହାର ଫଳ ଆଜି ପ୍ରକାଶ ପାଇଛି । ଚଳିତବର୍ଷ ସମୁଦାୟ ୮.୬ ଲକ୍ଷ ପରୀକ୍ଷାର୍ଥୀ ପେପର୍-୧ ପରୀକ୍ଷା ଦେଇଥିବା ବେଳେ ୦.୪୬ ଲକ୍ଷ ପରୀକ୍ଷାର୍ଥୀ ପେପର୍-୨ ପରୀକ୍ଷା ଦେଇଥିଲେ। ଏନ୍ଟିଏ ଏହି ପ୍ରବେଶିକା ପରୀକ୍ଷା ଆରମ୍ଭ କରିବା ପରଠାରୁ ଏବର୍ଷ ସର୍ବାଧିକ ୯୫.୭୯ ପ୍ରତିଶତ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି।
ପରୀକ୍ଷା ୱେବ୍ସାଇଟ୍ରେ ଜେଇଇ ମେନ୍ ୨୦୨୩ର ଉତ୍ତର ବି ପ୍ରକାଶ ପାଇଛି। ପରୀକ୍ଷାର୍ଥୀମାନେ ସେମାନଙ୍କ ରେଜଲ୍ଟ ଓ ଉତ୍ତରକୁ ୱେବ୍ସାଇଟ୍ ଜରିଆରେ ଡାଉନ୍ଲୋଡ କରିପାରିବେ। ରେଜଲ୍ଟ ଜାଣିବା ପାଇଁ ନିଜର ଆପ୍ଲିକେସନ ନମ୍ବର ଏବଂ ଜନ୍ମ ତାରିଖକୁ ପାସଓ୍ବାର୍ଡ ଭାବେ ବ୍ୟବହାର କରି ଲଗଇନ୍ କରି ପାରିବେ ।