ବ୍ରହ୍ମପୁର ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୧୦ ବର୍ଷ ଜେଲ ଦଣ୍ଡାଦେଶ
1 min readବ୍ରହ୍ମପୁର ନାବାଳିକା ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି । ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ମାମଲାରେ ୬୨ ବର୍ଷୀୟ କବି ନାୟକଙ୍କୁ ଦଣ୍ଡାଦେଶ ଦିଆଯାଇଛି । ଵ୍ରହ୍ମପୁର ଏଡିଜେ ଉପଯୁକ୍ତ ସାକ୍ଷୀ ପ୍ରମାଣ ଦର୍ଶାଇ ୧୦ ବର୍ଷ ଜେଲ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନାର ଆଦେଶ ଦେଇଛନ୍ତି । ଏହା ସହ ପୀଡ଼ିତା ନାବାଳିକାଙ୍କୁ ୪ ଲକ୍ଷ ଟଙ୍କା ଦେବା ପାଇଁ ଆଇନ ସେବା ପ୍ରାଧିକରଣଙ୍କୁ ନିର୍ଦେଶ ଦିଆଯାଇଛି ।
୨୦୧୫ ଜାନୁଆରୀ ୨୨ ତାରିଖରେ ଭଞ୍ଜନଗର ନିକଟସ୍ଥ ଏକ ଗାଁରେ ନାବାଳିକା ଶୌଚ ହେବା ବେଳେ ଅଭିଯୁକ୍ତ କବି ନାୟକ ତାଙ୍କୁ ଦୁଷ୍କର୍ମ କରିଥିଲେ । ପୋଲିସ କବିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାର ବିଚାର ସମୟରେ ୧୪ ଜଣ ସାକ୍ଷୀଙ୍କ ବୟାନକୁ ରେକର୍ଡ କରାଯାଇଥିଲା । ସରକାରଙ୍କ ପକ୍ଷରୁ ପୋକ୍ସୋ କୋର୍ଟ ସ୍ୱତନ୍ତ୍ର ପି.ପି ନାରାୟଣ ପଣ୍ଡା ମକଦ୍ଦମା ପରିଚାଳନା କରୁଥିଲେ। ')}