ଲୋକଙ୍କ ସମସ୍ୟା ବୁଝିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ
1 min readଲକ୍ଷ୍ମୀସାଗର ଥାନା ବୁଲିଲେ ଗୁହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର। ଥାନାଧିକାରୀ ଦୟାନିଧି ନାୟକଙ୍କ ସହ କିଛି ସମୟ ଧରି ଆଲୋଚନା କରିଥିଲେ। । ଥାନାର ସ୍ୱଚ୍ଛତା ଓ ଥାନାକୁ ଅଭିଯୋଗ କରିବାକୁ ଆସୁଥିବା ଲୋକଙ୍କ ସମସ୍ୟା ବୁଝିବାକୁ କହିଥିଲେ ମନ୍ତ୍ରୀ। ପୋଲିସ କିଭଳି ପିପୁଲ ଫ୍ରେଣ୍ଡଲି ହୋଇ ପାରିବ ସେ ନେଇ ମଧ୍ୟ କରିଥିଲେ ଆଲୋଚନା । ୫ଟି କାର୍ଯ୍ୟକ୍ରମରେ ଥାନା ଓ ଡାକ୍ତରଖାନା ଲୋକଙ୍କ ସୁବିଧା ନେଇ ବେଶ୍ ଗରତ୍ୱ ଦେଉଛନ୍ତି ରାଜ୍ୟ ସରକାର । ସେଠାରେ ଯୋଗାଇଦିଆଯାଉଥିବା ସୁବିଧା ସମ୍ପର୍କରେ ଜାଣିବା ପାଇଁ ଅଚାନକଗସ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ')}