ମାଓବାଦୀ ସଙ୍ଗଠନ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା
1 min readଓଡ଼ିଶା ବନ୍ଦ ଡାକରା ଦେଇଛି ମାଓବାଦୀ ସଙ୍ଗଠନ । ଅକ୍ଟୋବର ୨୫ରୁ ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଓଡିଶା ମାଓବାଦୀ ରାଜ୍ୟ କମିଟି ।
ଗତ ରାତିରୁ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଛକାଟି, ରାସ୍ତା ଅବରୋଧ କରିବା ସହ ପୋଷ୍ଟର ଓ ବ୍ୟାନର ଜାରି କରିଛନ୍ତି ମାଓବାଦୀ । ରାୟପୁର ଓ ଗୋପାଳପୁର ଦେଇ ଯାଇଥିବା ୫୯ ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇଛି ।
ଖାଲି ସେତିକି ନୁହେଁ ସେହି ଗଛରେ ଡିଟୋନେଟର ଲଗାଯାଇଥିବା ଯଣାପଡିଛି । ଫଳରେ ରାୟଗଡା, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ଆଦି ଜିଲ୍ଲାକୁ ଯାତାୟତ ଠପ୍ ହୋଇଯାଇଛି ।
ଆଦିବାସୀ ଯୁବକ ଓ ଯୁବତୀ ମାନଙ୍କୁ ପୋଲିସ ଇନଫର୍ମର ଓ ମିଥ୍ୟା ମାଓବାଦୀ ମାମଲା ବନ୍ଦ କରିବା ଦାବିରେ ଏହି ବନ୍ଦ ଡ଼ାକରା ଦେଇଛି ମାଓବାଦୀ ସଙ୍ଗଠନ । ଏନେଇ ମାଓବାଦୀ ପ୍ରବଣ ଅଞ୍ଚଳରେ ପୋଲିସ ପ୍ରଶାସନ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି ।
')}