ଜଳକା ନଦୀରେ ଜଳସ୍ତର ବଢୁଛି, ବନ୍ୟା ଆଶଙ୍କାରେ ସ୍ଥାନୀୟ ବାସିନ୍ଦା
1 min readରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ବହୁ ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଗତ ୨୪ଘଣ୍ଟା ମଧ୍ୟରେ ୫ଟି ଜିଲ୍ଲା ଓ ୪୬ଟି ବ୍ଲକରେ ୧୦୦ମିମିରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ସେପଟେ ଅତ୍ୟଧିକ ବର୍ଷା କାରଣରୁ ବାଲେଶ୍ବର ଜିଲ୍ଲା ଜଳକା ନଦୀ ର ଜଳସ୍ତର ବଢିବାରେ ଲାଗିଛି । ବସ୍ତା
ବ୍ଲକ ମଥାନୀ ଠାରେ ବିପଦ ସଙ୍କେତ ୫.୫୦ ମିଟର ରହିଥିଲା ବେଳେ ସକାଳ ୬ ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୦୦ ମିଟର ରେ ଜଳ ପ୍ରବାହିତ ହେଉଛି । ଜଳକା ନଦୀ ର ଉପର ମୁଣ୍ତରେ ପ୍ରବଳ ବର୍ଷା ହୋଇଥିବା ରୁ ଏବେ ଘଣ୍ଟା ପ୍ରତି ୦.୧୦ ମିଟର ରେ ଜଳସ୍ତର ବଢିବାରେ ଲାଗିଛି । ଯାହା ଫଳରେ ତଳିଆ ଅଞ୍ଚଳରେ ଚାଷ ଜମି ସମ୍ପୂର୍ଣ୍ଣ ଜଳମଗ୍ନ ହୋଇ ରହିଥିବା ବେଳେ ଲୋକେ ବନ୍ୟା ଆଶଙ୍କାରେ ରହିଛନ୍ତି । ')}