spot_img

Latest Posts

ବିମାନରେ ହୃଦରୋଗୀଙ୍କ ଜୀବନ ବଞ୍ଚାଇଲେ ଜଣେ ଭାରତୀୟ ବଂଶୋଭବ ବ୍ରିଟିଶ ଡାକ୍ତର

ଲଣ୍ଡନ: ବିମାନରେ ୫ ଘଂଟାର ସଂଘର୍ଷ ପରେ ଡାକ୍ତର ବଂଚାଇଲେ ରୋଗୀଙ୍କ ଜୀବନ। ଜଣେ ଭାରତୀୟ ବଂଶୋଭବ ବ୍ରିଟିଶ ଡାକ୍ତର ବିମାନରେ ନିଜ ସହ ଯାତ୍ରୀଙ୍କ ଜୀବନ ରକ୍ଷା କରିଲେ। ପୂରା ଘଟଣା ହେଉଛି ଏମିତି, ଲଣ୍ଡନରୁ ବେଙ୍ଗାଲୁରୁ ଯାଉଥିବା ଏକ ବିମାନରେ ହଠାତ ଜଣେ ଯାତ୍ରୀଙ୍କର ହୃଦଘାତ ହୋଇଥିଲା।  ଅାଉ ତାପରେ ବିମାନର ସମସ୍ତ ଯାତ୍ରୀ ଲାଗି ପଡିଥଲେ ତାଙ୍କ ଜୀବନ ରକ୍ଷା କରିବାରେ। ସୌଭାଗ୍ୟ ବଶତଃ ସେହି ବିମାନରେ ଜଣେ ଭାରତୀୟ ବଂଶୋଦ୍ଭବ ଡାକ୍ତର ଯାତ୍ରା କରୁଥିଲେ। ସେ ଦେବଦୂତ ଭଳି ସାମ୍ନାକୁ ଅାସିଥିଲେ। ସୂଚନା ଅନୁସାରେ ବିମାନ ଉଡାଣରେ ବିଳମ୍ବ ହେବାରୁ ଉକ୍ତ ଯାତ୍ରୀଙ୍କୁ ଲଗାତାର ଦୁଇଥର ହୃଦଘାତ ହୋଇଥିଲା। ଏଭଳିସ୍ଥଳେ ତାଙ୍କୁ ନିଶ୍ବାସ ନେବାରେ ମଧ୍ୟ ଖୁବ କଷ୍ଟ ହେଉଥିଲା।

ଲଣ୍ଡନର ବର୍ମିହାମର କ୍ବିନ୍ସ ଏଲିଜାବେଥ ହସ୍ପିଟାଲରେ କାମ କରୁଥିବା ଡାକ୍ତର ବିଶ୍ୱରାଜ ବେମାଲା ଉକ୍ତ ବିମାନରେ ଯାତ୍ରା କରୁଥିଲେ । ସେ ବିମାନର କ୍ରିୟୁ ମେମ୍ବରଙ୍କ ସହାୟତାରେ ରୋଗୀଙ୍କ ଜୀବନ ବଂଚାଇଥିଲେ । ପ୍ରଥମ ହୃଦଘାତ ପରେ ରୋଗୀଙ୍କୁ ସୁସ୍ଥ କରିବାକୁ ଡାକ୍ତରଙ୍କୁ ଏକ ଘଣ୍ଟା ସମୟ ଲାଗିଥିଲା । ଏହାର କିଛି ସମୟ ପରେ ତାଙ୍କୁ ଦ୍ୱିତୀୟଥର ପାଇଁ ହୃଦଘାତ ହୋଇଥିଲା । ଦ୍ୱିତୀୟ ହୃଦଘାତ ପରେ ଡାକ୍ତର ବେମାଲାଙ୍କୁ ପୁଣି ୪ ଘଣ୍ଟା ଧରି ଯାତ୍ରୀଙ୍କ ଚିକିତ୍ସା କରିବାକୁ ପଡିଥିଲା । ଗତବର୍ଷ ନଭେମ୍ବର ମାସରେ ଏହି ଘଟଣା ଘଟିଥିବା ଜଣା ପଡି଼ଛି ।

ଡାକ୍ତର ଜଣଙ୍କ ନିଜର ଅନୁଭୂତିକୁ ବଖାଣିବା ସହିତ ସମସ୍ତ ଘଟଣା ବାବଦରେ ସୂଚନା ଦେଇଛନ୍ତି। ଡାକ୍ତରଙ୍କ କହିବା ଅନୁଯାୟୀ ଉକ୍ତ ବ୍ୟକ୍ତିଙ୍କ ଅବସ୍ଥା ଅତି ସାଂଘାତିକ ହୋଇପଡିଥିଲା। ଏପରିକି ହୃତଘାତ ଦ୍ବାରା ତାଙ୍କର ନାଡି ବି ଚାଲୁ ନଥିଲା।

Latest Posts

Don't Miss