spot_img

Latest Posts

ଗଞ୍ଜାମରେ ଧାନ ମଣ୍ଡି ଆରମ୍ଭ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକର ବାଘଳା ପଞ୍ଚାୟତରେ ଧାନ ମଣ୍ଡି ଆରମ୍ଭ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ୩୭ ନମ୍ବର ଜିଲ୍ଲା ପରିଷଦ ରଞ୍ଜିତ ବେହେରା ଯୋଗ ଦେଇ ଶୁଭାରମ୍ଭ କରିଥିଲେ ‌। ସ୍ଥାନୀୟ ଅଞ୍ଚଳର ବାଙ୍କେଶ୍ବରୀ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଏହି ଧାନ ମଣ୍ଡି ପରିଚାଳନା ଦାୟିତ୍ଵ ଦିଆଯାଇଛି ।

ଆଜି ଧାନ ମଣ୍ଡି ଆରମ୍ଭ ହୋଇଥିବା ବେଳେ ଗୋଷ୍ଠୀର ସମସ୍ତ ମହିଳା ମାନେ ଧାନ ମଣ୍ଡିରେ ଉପସ୍ଥିତ ରହିଥିଲେ । ଏଭଳି ସୁବିଧା ମହିଳା ମାନଙ୍କ ନିମନ୍ତେ ଯୋଗାଇ ଦେଇଥିବା ଯୋଗୁଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ।

Latest Posts

Don't Miss