କାଂଶବାହାଲ ଇଏସ୍ଆଇ ହସ୍ପିଟାଲର ବରିଷ୍ଠ କିରାଣୀ ବିଷ୍ଣୁ ଚରଣ ମଲ୍ଲିକ ଏକ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ। ଆମ୍ବୁଲାନ୍ସ ଡ୍ରାଇଭର ବୈରାଗୀ ବେହେରାଙ୍କ ଜିପିଏଫ ଟଙ୍କା କରାଇ ଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ। କିରାଣୀ ବିଷ୍ଣୁ ଚରଣ ମଲ୍ଲିକଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।