ନାରୀ ପ୍ରଗତିର ମହାନାୟକ, ୨ ଟଙ୍କାରେ ଝିଅମାନଙ୍କୁ ପଢ଼ାନ୍ତି ବର୍ଷସାରା

1 min read

ନାରୀଶିକ୍ଷା ହିଁ ପ୍ରଗତିର ଚାବିକାଠି । ଏ କଥା କେବଳ ଭାଷଣବାଜି, ବୟାନବାଜିରେ ସୀମିତ ରହିଛି । ସମସ୍ତେ ନାରୀସସଶକ୍ତିକରଣ, ନାରୀ ପ୍ରଗତି, ନାରୀ ଶିକ୍ଷା ନେଇ ଲମ୍ବା ଲମ୍ବା ଭାଷଣ ମାରୁଛନ୍ତି । କିନ୍ତୁ ଆଜି ବି ଅର୍ଥାଭାବରୁ ଗରିବ ଝିଅ ପାଠ ପଢ଼ିପାରୁନି । କେବଳ ଅର୍ଥାଭାବ କାରଣରୁ ଗାଁ ଗହଳିରେ ଝିଅମାନଙ୍କ ପାଠ ପଢ଼ାରେ ଡୋରି ବନ୍ଧା ହେଉଛି । ଆଜି ଆମେ ଆପଣଙ୍କୁ ଏମତି ଜଣେ ବ୍ୟକ୍ତିଙ୍କ କଥା କହୁଛୁ ଯିଏ ନାରୀ ପ୍ରଗତି ପାଇଁ ସଂପୂର୍ଣ୍ଣ ସଂକଳ୍ପବଦ୍ଧ । ପ୍ରତିଯୋଗିତାମୂଳକ ଦୁନିଆରେ ଝିଅମାନେ ପଛରେ ନ ପଡ଼ନ୍ତୁ, ଅଭାବ ଅନଟନ ଗରିବ ଝିଅମାନଙ୍କ ପାଠପଢ଼ାରେ ଆଦୗ ପ୍ରତିବନ୍ଧକ ନ ହେଉ, ଏହି ଲକ୍ଷ୍ୟ ଆଉ ଉଦ୍ଦେଶ୍ୟ ନେଇ ସେ ତାଙ୍କ ସଂଘର୍ଷ ଜାରି ରଖିଛନ୍ତି ।

ସେହି ମହାନାୟକ ହେଉଛନ୍ତି ସୁଜିତ୍ ଚଟୋପାଧ୍ୟାୟ । ବୟସ ୭୬ ହେଲାଣି । ତଥାପି ସେ ଥକି ନାହାନ୍ତି । ଜଣେ କି ଦୁଇ ଜଣ ନୁହେଁ ୩୫୦ ଜଣ  ଛାତ୍ରୀଙ୍କୁ ସେ ଟିଉସନ୍ ପଢ଼ାଉଛନ୍ତି । ପାଖାପାଖି ସବୁ ଝିଅ ହେଉଛନ୍ତି ନିମ୍ନ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର । ଚଟୋପାଧ୍ୟାୟ ଟିଉସନ୍ ଫି ବାବଦ ବର୍ଷକୁ ମାତ୍ର ୨ ଟଙ୍କା ନେଇଥାନ୍ତି । ଆଗରୁ ଟଙ୍କାଟିଏ ନେଉଥିଲେ । ଅଭିଭାବକମାନେ ନିଜ ଆଡ଼ୁ ଟିଉସନ୍ ଫି ୨ ଟଙ୍କା କରିଛନ୍ତି ।

ଚଟୋପାଧ୍ୟାୟଙ୍କ ଗାଁ ନାଁ ଅଉସଗ୍ରାମ, କଲିକତାରୁ ତିନିଘଣ୍ଟାର ରାସ୍ତା  । ସପ୍ତାହ ସାତ ଦିନ ଯାକ ସୁଜିତଙ୍କ ଆଶ୍ରମ ଚଳଚଞ୍ଚଳ । ତାଙ୍କ ପାଖକୁ ୩୦ରୁ ୪୦ କିଲୋମିଟର ଦୂରରୁ ବି ପିଲା ପାଠ ପଢ଼ିବା ପାଇଁ ଆସୁଛନ୍ତି  । ଚଟୋପାଧ୍ୟାୟଙ୍କର ଆଶ୍ରମ ସକାଳ ୬:୩୦ ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଚାଲେ  । ଶିକ୍ଷକ ଭାବେ ସରକାରୀ ଚାକିରିରୁ ଅବସର ନେବା ପରେ ୧୫ ବର୍ଷ ହେଲାଣି ଚଟୋପାଧ୍ୟାୟ ଝିଅମାନଙ୍କୁ ପାଠ ପଢ଼ାଇ ଆସୁଛନ୍ତି  ।

 

 

 

 

 

 

 

ଦି ଟେଲିଗ୍ରାଫ ଖବରକାଗଜ ପକ୍ଷରୁ ଚଟୋପାଧ୍ୟାୟଙ୍କୁ ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରାଯାଇଛି   । ')}

Leave a Reply