ବିଜେପୁର ଉପନିର୍ବାଚନ ପାଇଁ ମତଦାନ ଜାରି
1 min readବରଗଡ଼ର ବିଜେପୁର ଉପନିର୍ବାଚନ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ଭୋଟିଂ ଅପରାହ୍ନ ୫ଟା ଯାଏ ଚାଲିବ । ୨ ଲକ୍ଷ ୩୨ ହଜାର ୨୬୪ ଜଣ ଭୋଟର ଆଜି ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ବିଜେପୁର ନିର୍ବାଚନମଣ୍ଡଳୀରେ ମତଦାନ ପାଇଁ ୨୮୫ଟି ବୁଥରେ ଭୋଟ୍ ଗ୍ରହଣ ହେଉଛି । ୧୨୯ଟି ବୁଥ୍ ଉତ୍ତେଜନାପ୍ରବଣ ହୋଇଥିବା ବେଳେ ୬ଟି ବୁଥ ଅତି ସମ୍ବେଦନଶୀଳ ଏବଂ ନକ୍ସଲ ପ୍ରବଣ ରହିଛି ।
ଉପ ନିର୍ବାଚନରେ ୩ଟି ବ୍ଲକରେ ୬ଟି ମଡେଲ ବୁଥ୍ କରାଯାଇଛି । ୨୮ଟି ବୁଥରେ ୱେବକାଷ୍ଟିଂ, ୧୪ଟି ବୁଥରେ ସିସିଟିଭି, ୧୬ଟି ବୁଥରେ ଭିଡିଓଗ୍ରାଫି ବ୍ୟବସ୍ଥା ହୋଇଥିବା ବେଳେ ୭୭ଟି ବୁଥରେ ମାଇକ୍ରୋ ଅବଜରଭର ରହିଛନ୍ତି । ଭୋଟଗ୍ରହଣର ସୁପରିଚାଳନା ପାଇଁ ୩୨ ଜଣ ସେକସନ ଅଫିସର ଏବଂ ୧୦ଜଣ ଟେକ୍ନିକାଲ ଅଫିସର ନିଯୁକ୍ତ ହୋଇଛନ୍ତି ।
ନିର୍ବାଚନ ପରିଚାଳନା ପାଇଁ ମୋଟ ୨ ହଜାର ୩୨୧ଟି ଗାଡ଼ିକୁ ନିୟୋଜିତ କରାଯାଇଛି । ଶାନ୍ତି, ଶୃଙ୍ଖଳାର ସହ ଭୋଟିଂ ଜାରି ରହିଛି। ବିଜେପୁର ଉପନିର୍ବାଚନ ପାଇଁ ୩ ଦିନ ସରକାରୀ ଛୁଟି ଘୋଷଣା କରାଯାଇଛି । ବିଜେଡିର ରୀତା ସାହୁ, କଂଗ୍ରେସର ଦିଲ୍ଲୀପ ପଣ୍ଡା ଓ ବିଜେପିର ସନତ ଗଡତିଆ ଏଥର ନିର୍ବାଚନ ଲଢୁଛନ୍ତି । ')}