ସିଇଓଙ୍କ ନିକଟରେ ପୁଣି ଫେରାଦ ହେଲା ବିଜେଡି, ଗଣମାଧ୍ୟମ ପ୍ରତିନିଧିଙ୍କୁ ଉସୁକାଉଥିଲେ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ବର: କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା ବିଜେଡି । ପଦମପୁରରେ ପ୍ରଚାର ବେଳେ ଧର୍ମେନ୍ଦ୍ର ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମର ମହିଳା ପ୍ରତିନିଧିଙ୍କୁ ଉସୁକାଉଥିବା ଅଭିଯୋଗରେ ବିଜେଡି ଫେରାଦ ହୋଇଛି । ଗତ ୨୯ ତାରିଖରେ ପ୍ରଚାରବେଳେ ଧର୍ମେନ୍ଦ୍ର ସେହି ଗଣମାଧ୍ୟମର ମହିଳା ପ୍ରତିନିଧିଙ୍କୁ କହିଥିଲେ, ରାଜ୍ୟର କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ଖୋଲାଖୋଲି ମାଡ ମାରିବାକୁ ।
ଯାହାର ଭିଡିଓ ମଧ୍ୟ ଭାଇରାଲ ହୋଇ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି । ରଣେନ୍ଦ୍ରଙ୍କ ଡାକ ନାମ ରାଜା ସମ୍ବୋଧନ କରି ଧର୍ମେନ୍ଦ୍ର ଉକ୍ତ ମହିଳା ଗଣମାଧ୍ୟମ ପ୍ରତିନିଧିଙ୍କୁ ପିଟିବାକୁ ଉସୁକାଉଛନ୍ତି । ବିଜେଡି ଏହାର କଡ଼ା ନିନ୍ଦା କରିବା ସହ ଧର୍ମେନ୍ଦ୍ରଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବି କରୁଛି ବୋଲି ସିଇଓଙ୍କ ନିକଟରେ ଦାବି କରିଛି ।