ଉଦ୍ଭାବନ ହେଲା ସ୍ୱଚ୍ଛତା ସୁବିଧା ବ୍ରଶ୍
1 min readଆବିଷ୍କାର ଓ ଉଦ୍ଭାବନ ପାଇଁ ବୟସ ନଥାଏ । ଏ କଥା ପୁଣିଥରେ ପ୍ରମାଣିତ ହୋଇଛି । ୧୨ ବର୍ଷର କୁନିପିଲା ବୋଧିସତ୍ୱ ସ୍ୱଚ୍ଛତା ପାଇଁ ଏକ ବ୍ରଶ୍ ଥିବା ଜୋତା ବନାଇଛି । ଯାହା ପାଇଁ ତାକୁ ଖର୍ଚ୍ଚ କରିବାକୁ ପଡ଼ିଛି ମାତ୍ର ୩୫ ଟଙ୍କା । ଏ ଜୋତାର ନା ସେ ସ୍ୱଚ୍ଛତା ସୁବିଧା ବ୍ରଶ ରଖିଛି ।
ବୋଧିସତ୍ୱର ଘର ମହାରାଷ୍ଟ୍ର । ୬ ବର୍ଷ ବୟସରୁ ହିଁ ସେ ଇକୋ ଓ୍ବାରିୟର ହିସାବରେ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛି, ଯେଉଁଥି ପାଇଁ ଅନେକ ପ୍ରଶଂସିତ ମଧ୍ୟ ହୋଇଛି । କିଛି ନୂଆ କରିବା, ପରିବେଶକୁ ସୁରକ୍ଷା ଯୋଗାଇବା, ଜଳବାୟୁ ପ୍ରତି ଯତ୍ନବାନ ହେବା ଏମିତି ଅନେକ ଭଲ ଭାବନା ସହିତ ସେ ଆଗକୁ ବଢି ଚାଲିଛି । ନିଜ ମାଙ୍କୁ ସ୍ପଣ୍ଡିଲାଇଟିସରେ ପୀଡ଼ିତ ଥିବା ଦେଖି ସେ ଏମିତି ଏକ ଜୋତା ତିଆରି କରିବା କଥା ଚିନ୍ତା କଲା । ଯେଉଁଥିରେ ତଳେ ବସି ବା ନଇଁପଡ଼ି ବାଥରୁମ ବା ଫ୍ଲୋର ସଫା କରିବାକୁ ପଡ଼ିବନି । ଠିଆ ହୋଇ ଆରାମରେ ଫ୍ଳୋର ସଫା କରିହେବ, ଯାହାଦ୍ୱାରା ଅଣ୍ଟା ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ମିଳିବ । ଏ ସୁନ୍ଦର ଉଦ୍ଭାବନରେ ବୋଧିସତ୍ୱଙ୍କ ମା ଅମୃତା ମଧ୍ୟ ଚକିତ ଓ ଆନନ୍ଦିତ ହୋଇଛନ୍ତି । ')}