spot_img

Latest Posts

ରାଜଧାନୀରୁ ଲେଡି ବ୍ଲାକମେଲରକୁ ଉଠାଇନେଲା ରାଜସ୍ଥାନ ପୋଲିସ, ଧନୀ ବ୍ୟବସାୟୀଙ୍କୁ ଟାର୍ଗେଟ

ଭୁବନେଶ୍ବର: ଲେଡି ବ୍ଲାକମେଲରକୁ ଭୁବନେଶ୍ବରରୁ ଉଠାଇନେଲା ରାଜସ୍ଥାନ ପୋଲିସ। ରାଜସ୍ଥାନ ଭରତପୁର ଜିଲ୍ଲାର ଜଣେ ବ୍ୟବସାୟୀଙ୍କୁ ଲୁଟିଥିବା ଅଭିଯୋଗ ଥିଲା। ରାଜସ୍ଥାନ ପୋଲିସ ଗତକାଲି ଏହି ଲେଡି ବ୍ଲାକମେଲରକୁ ଚନ୍ଦ୍ରଶେଖରପୁର ଥାନା ପୋଲିସ ସହାୟତାରେ ଉଠାଇ ନେଇଛି। ଲେଡି ବ୍ଲାକମେଲର ଜଣକ ହେଲେ କର୍ଣ୍ଣାଟକର ପ୍ରୀତି ଦେଶାଇ। ଶିକ୍ଷାଗତ ଯୋଗ୍ୟତା ବି-ଟେକ ପାସ ।

ସେ ନିଜକୁ ସବୁଠି ଆଇଟି ପ୍ରଫେସନାଲ ବୋଲି ପରିଚୟ ଦେଉଥିଲେ । ଫେସବୁକ ଓ ଇନଷ୍ଟାଗ୍ରାମରେ ସେ ଶିକାର ଖୋଜନ୍ତି । ବିଭିନ୍ନ ରାଜ୍ୟର ବଡ଼ ବଡ଼ ହସ୍ତୀ, ଧନୀ ବ୍ୟବସାୟୀଙ୍କୁ ଟାର୍ଗେଟ କରନ୍ତି । ସୋସିଆଲ ମିଡିଆରେ ବନ୍ଧୁତା କରି ସମ୍ପର୍କକୁ ଘନିଷ୍ଠ କରନ୍ତି । ପରେ ପ୍ରେମ ନିବେଦନ କରି ଜାଲରେ ପକାନ୍ତି । ଭିଡିଓ କଲରେ କଥା ହେବା ବେଳେ ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟୋ ଉଠାନ୍ତି । କିଛି ଦିନ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବ୍ଲାକମେଲିଂ କରି କୋଟି କୋଟି ଟଙ୍କା ଦାବି କରନ୍ତି ଏହି ବ୍ଲାକମେଲର । ଟଙ୍କା ନ ଦେଲେ ବଳାତ୍କାର ମାମଲାରେ ଛନ୍ଦି ଦେବେ ବୋଲି ଧମକ ଦିଅନ୍ତି । ରାଜସ୍ଥାନ ଭରତପୁର ଜିଲ୍ଲାର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଠକାମୀର ଶିକାର ହୋଇଥିଲେ। ଅଭିଯୋଗ ଅନୁସାରେ କୋଟବାଲି ଥାନା ପୋଲିସର ଏକ ଟିମ ତାଙ୍କୁ ଧରିବାକୁ ଭୁବନେଶ୍ବର ଆସିଥିଲା । ଲେଡି ବ୍ଲାକମେଲର ନାଁରେ ଏବେ ସୁଦ୍ଧା ୨ଟି ମାମଲା ରୁଜୁ ହୋଇଛି।

Latest Posts

Don't Miss