spot_img

Latest Posts

ଏଠି କୁକୁରକୁ ପୂଜାକରି ପାଳନ କରାଯାଏ ଦିପାବଳୀ

ଆଲୋକର ପର୍ବ ଦୀପାବଳୀ କେବଳ ଭାରତରେ ପାଳନ କରାଯାଏ ତାହା ନୁହେଁ । ଏହା ଜାପାନ, ଗୁଆନା, ମାଲେସିୟା, ମରିସସ୍‌, ମ୍ୟାନମାର, ସିଙ୍ଗାପୁର ଆଦି ଦେଶରେ ମଧ୍ୟ ପାଳନ କରାଯାଇଥାଏ।

ତେବେ ଭାରତର ପଡୋଶୀ ଦେଶ ନେପାଳରେ ଏହା ଭିନ୍ନ ଢଙ୍ଗରେ ପାଳନ କରାଯାଏ। ଏଠାରେ କୁକୁରକୁ ପୂଜା କରାଯାଇ ଦୀପାବଳି ପର୍ବ ପାଳନ କରାଯିବାର ପରମ୍ପରା ରହିଛି ।

ଏଠି ଦୀପାବଳି ୫ ଦିନ ଧରି ପାଳନ କରାଯାଉଥିବା ବେଳେ ସେଥିମଧ୍ୟରୁ ଗୋଟିଏ ଦିନ କୁକୁରଙ୍କ ଉତ୍ସବ ଭାବେ ପାଳନ କରାଯାଏ। ଅର୍ଥାତ୍‌ ଦୀପାବଳି ପରଦିନ ଏହି ଉତ୍ସବ ଅବସରରେ କୁକୁରଙ୍କୁ ଫୁଲରେ ସଜାଇ ସେମାନଙ୍କ ମୁଣ୍ଡରେ ଟିକା ଲଗାଇ ଦିଆଯାଏ ।

ତା’ସହ ସେମାନଙ୍କୁ ସେମାନଙ୍କର ମନ ପସନ୍ଦ ଖାଦ୍ୟ ମଧ୍ୟ ପରସା ଯାଇଥାଏ। ତେବେ ମଣିଷ-କୁକୁରଙ୍କ ମଧ୍ୟରେ ସୁସମ୍ପର୍କ ପାଇଁ ଏହି ପୂଜା କରାଯାଏ ବୋଲି ସେମାନେ ମତ ଦିଅନ୍ତି। ଅନ୍ୟପଟେ କୁକୁରକୁ ଭୈରବଙ୍କ ଦୂତ କୁହାଯାଇଥାଏ। ତେଣୁ ଧନ୍‌ତେରାସ ଦିନରୁ ଏମାନଙ୍କର ପୂଜା କରାଯାଏ। ')}

Latest Posts

Don't Miss