spot_img

Latest Posts

ଶ୍ରୀଗୁଣ୍ଡିଚା ମନ୍ଦିରର ସ୍ଥିତି ଅନୁଧ୍ୟାନ ପାଇଁ ପହଁଚିଲେ ସ୍ୱତନ୍ତ୍ର ବୈଷୟିକ ଟିମ୍

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିରର ସ୍ଥିତି ଅନୁଧ୍ୟାନ ପାଇଁ ପହଁଚିଲେ ସ୍ୱତନ୍ତ୍ର ବୈଷୟିକ ଟିମ। ଗୁଣ୍ଡିଚା ମନ୍ଦିରର ଜଗମୋହନ ଓ ନାଟମଣ୍ଡପର କଲମ ଓ ବିମରେ ସମସ୍ୟା ଥିବାରୁ ଏହାର ଅନୁଧ୍ୟାନ କରାଯିବ। ଶ୍ରୀମନ୍ଦିର ବୈଷୟିକ ଟିମର ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ଏହି ଅନୁଧ୍ୟାନ କରାଯାଉଅଛି। ଟିମ୍‌ରେ ବିଶିଷ୍ଟ ବିଶେଷଜ୍ଞ ଏସ କେ ଭଟ୍ଟାଚାର୍ଯ୍ୟଙ୍କ ସମେତ ଶ୍ରୀମନ୍ଦିର ବୈଷୟ କମିଟି ସଦସ୍ୟ ଏନ ସି ପାଲ, ବିନ୍ଧେଶ୍ୱର ପାତ୍ର,ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା, ପରିଚାଳନା କମିଟି ସେବାୟତ ସଦସ୍ୟଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ରହିଛନ୍ତି ।

ଶ୍ରୀମନ୍ଦିରରେ ଗତ ରବିବାର ମାଜଣା ମଣ୍ଡପ ନିକଟ ଚର୍ଚ୍ଚା ଘର ସଲଗ୍ନ ଜଗମୋହନରୁ ଏକ ପଥର ଖଣ୍ଡ ଖସିଥିଲା । ପୂର୍ବରୁ ଜଗମୋହନ ମରାମତି ବେଳେ ASI ଦ୍ୱାରା ଜଗମୋହନ ବାହାର ମରାମତି ବି ହୋଇଥିଲା । କିଛି ପଥର ଖଣ୍ଡକୁ କ୍ଲାମ୍ପିଂ କରାଯାଇଥିଲା । ମାଙ୍କଡ଼ଙ୍କ ଉପଦ୍ରବ ଓ କରାଯାଇଥିବା କ୍ଲାମ୍ପ କଳଙ୍କି ହୋଇଯାଇଥିବାରୁ ମରାମତି ହୋଇଥିବା ପଥର ଖଣ୍ଡ ଖସିଥିବା ଅନୁମାନ କରାଯାଉଛି । ତେବେ ୨ରୁ ୩କେଜିର ଛୋଟ ପଥର ଖଣ୍ଡ ଖସିଥିବା ସୂଚନା ମିଳିଛି । ପଥର ଖସି କିଛି କ୍ଷୟକ୍ଷତି ହୋଇନଥିବା ବେଳେ ଏହାର ମରାମତି ପାଇଁ ସାଧାରଣରେ ଦାବି ହୋଇଛି।

Latest Posts

Don't Miss