ମିଶନ ଶକ୍ତି ଏବେ ବିରାଟ ବୃକ୍ଷ, ପ୍ରତିଘରେ ମିଶନ ଶକ୍ତି ମାଆ..
1 min readଭୁବନେଶ୍ୱର: ମିଶନ୍ ଶକ୍ତି କହିଲେ ବଡ଼ି, ପାମ୍ପଡ ଆଚାର ନୁହେଁ.. ମିଶନ ଶକ୍ତି ରାଜ୍ୟରେ ଏକ ବିପ୍ଲବ । ଏମିତି କୌଣସି ସହର, ବ୍ଲକ, ପଞ୍ଚାୟତ, ଗାଁ ନାହିଁ । ଯେଉଁଠି ମିଶନ ଶକ୍ତିର ସଦସ୍ୟା ନାହାଁନ୍ତି । ସାରା ରାଜ୍ୟରେ ମିଶନ ଶକ୍ତି ସଦସ୍ୟା ମାନେ ସକ୍ରିୟ ରହିଛନ୍ତି । କେନ୍ଦୁଝରରୁ ମାଲକାନଗିରି, ମୟୁରଭଞ୍ଜରୁ ଗଞ୍ଜାମ ସବୁଠି ଅଛନ୍ତି ମିଶନ ଶକ୍ତି ସଦସ୍ୟା । ପ୍ରତି ପରିବାରରେ ମିଶନ ସଦସ୍ୟା ଅଛନ୍ତି କହିଲେ ଭୁଲ ହେବନାହିଁ ବୋଲି କହିଛନ୍ତି ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ।
ଶକ୍ତିର ପ୍ରତୀକ ମା..
ପବିତ୍ର ମହାଳୟାରେ ମାଆଙ୍କ ଅବଦାନକୁ ବଖାଣିଲେ ମିଶନ ଶକ୍ତି ସଚିବ । ୨୦୦୧ରେ ପୋତା ଯାଇଥିବା ଚାରା ବିରାଟ ଦ୍ରୁମରେ ପରିଣିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସେତେବେଳର ଚାରା ଏବେ ବିରାଟ ବୃକ୍ଷ ଭାବେ ଠିଆ ହୋଇଛି । ଏହି ଗଛ ପାଖକୁ ଯିଏ ବି ଆସୁଛି ତାକୁ ସମସ୍ତ ପ୍ରକାର ସହାୟତା ମିଳୁଛି । ପ୍ରତ୍ୟେକ ମହିଳାଙ୍କୁ ରୋଷେଇ ଘରର ଚାରିକାନ୍ଥ ଭିତରୁ ବାହାରକୁ ବାହାର କରି ସେମାନଙ୍କର ନିଜସ୍ବ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ଥିଲା ମିଶନ ଶକ୍ତି ପଛରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଜନ ।
ଆନ୍ଦୋଳନରେ ପରିଣତ ହୋଇଛି..
ସର୍ବଦା ସବୁ ସମୟରେ ଠିଆ ହୋଇଛି ମିଶନ ଶକ୍ତି । ଯେତେବେଳେ କୋଭିଡ଼ ଆସିଥିଲା, ସେତେବେଳେ ମଧ୍ୟ ମିଶନ ଶକ୍ତି ସଦସ୍ୟା ଘରେ ରହିନଥିଲେ । ରୋଗକୁ ଡରି ଲୁଚି ନଥିଲେ । ଗାଁ ଗାଁରେ ଲୋକଙ୍କୁ ସଚେତନ କରାଇଥିଲା । ଦେଶ ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତୀରେ ମିଶନ ଶକ୍ତି ମାଆ ମାନେ ଜାତୀୟ ପତାକା ନିର୍ମାଣ କରି ସମଗ୍ର ରାଜ୍ୟରେ ପ୍ରଦାନ କରିଥିଲେ । ଧାନ ଠାରୁ ମାଣ୍ଡିଆ ଉତ୍ପାଦନ ସବୁଥିରେ ପାରଙ୍ଗମ ଦେଖାଇଛନ୍ତି ମିଶନ ଶକ୍ତି ମାଆ । ସଶକ୍ତିକରଣ ଅର୍ଥ ସର୍ବଗଣ । ସମସ୍ତଙ୍କ ପାଖରେ ପହଁଚିବା ।
ମୟୁରଭଞ୍ଜର ମାଆ ପ୍ରସ୍ତୁତ କରୁଥିବା ସାମଗ୍ରୀ ଲଣ୍ଡନ ଟୋକିଓରେ ପହଁଚିବା ଆମର ଲକ୍ଷ୍ୟ । ମିଶନ ଶକ୍ତି ବଜାର ଖୁବ ଶୀଘ୍ର ଉଦଘାଟନ୍ ହେବାକୁ ଯାଉଛି । ମିଶନ ଶକ୍ତି ଦ୍ୱାରା ପ୍ରସ୍ତୁତ ହେଉଥିବା ସାମଗ୍ରୀ ଏହି ବଜାରରେ ଉପଲବ୍ଧ ହେବ । ଓଡିଶାର ବିଭିନ୍ନ ପ୍ରାନ୍ତରେ ପ୍ରସ୍ତୁତ ହେଉଥିବା ସାମଗ୍ରୀର ଡିମାଣ୍ଡ ଅନ୍ୟ ରାଜ୍ୟରେ ରହିବା ଆବଶ୍ୟକ । ଏବଂ ତାହା ମଧ୍ୟ ଆରମ୍ଭ ହୋଇଛି ।
ଖୁବ ଶୀଘ୍ର ଭୁବନେଶ୍ୱରରେ ମିଶନ ଶକ୍ତି ବଜାର
ଖୁବ ଶୀଘ୍ର ଭୁବନେଶ୍ୱରରେ ମିଶନ ଶକ୍ତି ବଜାର ଉଦଘାଟନ ହେବାକୁ ଯାଉଛି । ମିଶନ ଶକ୍ତିର ମାଆ ମାନେ ଯେଉଁ ଯେଉଁ ସାମଗ୍ରୀ ନିର୍ମାଣ ଏବଂ ପ୍ରସ୍ତୁତ କରୁଛନ୍ତି । ସେହି ମାର୍କେଟରେ ଉପଲବ୍ଧ କରାଯିବ । ସମ୍ମାନର ସହ ମହିଳା ବଞ୍ଚିବା ଏବଂ ପରିଚୟ ହାସଲ କରିବା ହିଁ ମିଶନ ଶକ୍ତି ଶିଖାଇଛି । ଖୁବ ଶୀଘ୍ର ରାଜ୍ୟ ସ୍ତରୀୟ ଫେଡେରେସନ ଗଠନ ହେବ । News18 Odia ତରଫରୁ ଆୟୋଜିତ ବିଜନେଶ ଲିଡରସିପ୍ ଆଓ୍ବାର୍ଡରେ ଯୋଗଦେଇ ମିଶନ ଶକ୍ତିର ସଫଳତାକୁ ବଖାଣିଛନ୍ତି ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ।