ମାଲକାନଗିରି ପୋଲିସକୁ ସଫଳତା, ଆତ୍ମସମର୍ପଣ କଲେ ୭୦୦ରୁ ଊର୍ଦ୍ଧ୍ବ ମିଲିସିଆ

ମାଲକାନଗିରି: ମୂଳପୋଛ ହେଉଛି ମାଓ ଦୁର୍ଗ । ମାଓ ସଙ୍ଗଠନ ଛାଡ଼ି ସାଧାରଣ ସ୍ରୋତରେ ସାମିଲ ହେଉଛନ୍ତି ନିରୀହ ଆଦିବାସୀ । ଆଜି ଆନ୍ଧ୍ର ଓ ଓଡିଶାର 700 ରୁ ଉର୍ଦ୍ଧ୍ବ ମିଲିସିଆ ମାଲକାନଗିରି ପୋଲିସ ନକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ ମିଲିସିଆ ଆନ୍ଧ୍ରପ୍ରଦେଶ ଓ ମାଲକାନଗିରି ଜିଲ୍ଲାର ବୋଲି ଜଣାପଡ଼ିଛି । କୋରାପୁଟ ଡିଆଇଜି ରାଜେଶ୍ ପଣ୍ଡିତଙ୍କ ସହ ମାଲକାନଗିରି ଏସପି ନୀତିଶ ଓ୍ବାଧଓ୍ବାନେ ଓ ବିଏସଏଫ ଅଧିକାରୀଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି ।

ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକୁ ଦେଖି ସଙ୍ଗଠନ ଛାଡୁଛନ୍ତି ମିଲିସିଆ । ମାଲକାନଗିରି ଜିଲ୍ଲାର ଆହୁରି କେତେକ ଦୁର୍ଗମ ଅଞ୍ଚଳରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରାଯିବ ବୋଲି ସୂଚନା ଦେଇଛନ୍ତି ଡିଆଇଜି।