spot_img

Latest Posts

ହନିଟ୍ରାପରେ ଯୁବତୀ, ଉପହାର ଦେଇ ୭.୯୫ ଲକ୍ଷ ଲୁଟିନେଲେ ବିଦେଶୀ ବର

କଟକ: ଆଗ ବନ୍ଧୁତା ପରେ ବିବାହ ପାଇଁ ଜାଲ। ବିଶ୍ୱାସ ଜିତିବା ପରେ କଳାକନା ବୁଲାଇଲେ ବିଦେଶୀ ବର। ହନିଟ୍ରାପର ଶିକାର ହୋଇଛନ୍ତି କଟକର ଯୁବତୀ। ପ୍ରଥମେ ବନ୍ଧୁତା, ପରେ ଉପହାର ପଠାଇବା ବାହାନାରେ ଯୁବତୀଙ୍କ ଠାରୁ ଅଦୃଶ୍ୟ ଠକ ନେଇଯାଇଛି ୭ଲକ୍ଷ ୯୫ହଜାର ଟଙ୍କା। ସାଇବର ଥାନାରେ ଏନେଇ ମାମଲା ରୁଜୁ ହେବା ପରେ ତଦନ୍ତ ଆରମ୍ଭ ହୋଇଛି।

ସୂଚନା ମୁତାବକ: ପ୍ରଥମେ ଇନଷ୍ଟାଗ୍ରାମରେ ସ୍କଟ୍‌ଲ୍ୟାଣ୍ଡରୁ ଡାନିଏଲ୍ ନାଁରେ ଫ୍ରେଣ୍ଡ ରିକ୍ବେଷ୍ଟ ଆସିଥିଲା। ଇନ୍‌ଷ୍ଟାରେ ଚାଟ୍ ପରେ ହ୍ବାଟ୍ସ ଆପ୍ ନମ୍ବର ମାଗିଥିଲା ଠକ। ଚାଟିଂରେ ପ୍ରଥମେ ପ୍ରେମ ଓ ପରେ ବିବାହ ପ୍ରସ୍ତାବ ଦେଇ ଯୁବତୀଙ୍କ ବିଶ୍ବାସ ଜିତିଥିଲା। ଏହାପରେ ଲଣ୍ଡନରେ ସପିଂ କରି ଉପହାର ପଠାଇବା ବାହାନାରେ ୮ଟି ପର୍ଯ୍ୟାୟରେ ୭ଲକ୍ଷ ୯୫ ହଜାର ଟଙ୍କା ଠକି ନେଇଛି ଅଦୃଶ୍ୟ ସାଇବର ଠକ । ସାଇବର ଥାନାରେ ଏନେଇ ମାମଲା ରୁଜୁ ହେବା ପରେ ତଦନ୍ତ ଆରମ୍ଭ ହୋଇଛି।

Latest Posts

Don't Miss