ନନ୍ଦିଘୋଷ ବ୍ୟୁରୋ: ଅତି ଭୟଙ୍କର ହେଉଛି ଋଷ-ୟୁକ୍ରେନ ଯୁଦ୍ଧ ସ୍ଥିତି । କିବ୍ କୁ ୟୁକ୍ରେନ ପୁଣି କବଜା କରିବା ପରେ ରକ୍ତମୁଖା ଋଷ । ଖାରକିବରେ ଜୋରଦାର ହମଲା କରିଛି ଋଷ । ପୂର୍ବାଞ୍ଚଳର ସବୁଠୁ ବଡ଼ ଥର୍ମାଲ ପାଓ୍ବାର ପ୍ଲାଣ୍ଟରେ ମିସାଇଲ ଆଟାକ ପରେ ପୁରା ବ୍ଲାକଆଉଟ ହୋଇଛି ୟୁକ୍ରେନ ପୂର୍ବାଞ୍ଚଳ । ଦୁଇ ଦିନ ହେବ ୟୁକ୍ରେନ ଦ୍ବିତୀୟ ସର୍ବବୃହତ ସହର ଖାରକିବରେ ବିଦ୍ୟୁତ୍ ଓ ପାନୀୟ ଜଳ ଯୋଗାଣ ବନ୍ଦ ହୋଇଛି ।
ୟୁକ୍ରେନରେ ଋଷ ସୈନିକଙ୍କୁ ୟୁକ୍ରେନ କଡ଼ା ଜବାବ ଦେଉଥିବାରୁ ସାଧାରଣ ଲୋକ ଓ ଇନଫାଷ୍ଟ୍ରକଚରକୁ ନଷ୍ଟ କରିଦେବାକୁ ଋଷ ହମଲା ଜାରି ରଖିଛି ବୋଲି ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଛନ୍ତି । ଋଷ ସେନାକୁ ଆତଙ୍କବାଦୀ କହି ନିଜ ଟ୍ବିଟର ହ୍ୟାଣ୍ଡେଲରେ ବର୍ଷିଛନ୍ତି । ଋଷ ଖାରକିବ ଅଞ୍ଚଳକୁ ନିଜ ଅକ୍ତିଆରକୁ ନେଇଥିବା ବେଳେ ସାଧାରଣ ଲୋକଙ୍କୁ ନିର୍ଯାତନା ଦିଆଯାଉଛି ବୋଲି ଜେଲେନସ୍କି କହିଛନ୍ତି ।
ଥର୍ମାଲ ପାଓ୍ବାର ପ୍ଲାଣ୍ଟରେ ହମଲା ଯୋଗୁ ପ୍ରାୟ 90 ଲୋକ ପ୍ରଭାବିତ ହୋଇଛନ୍ତି । ଥର୍ମାଲ ପ୍ଲାଣ୍ଟ ହୁ ହୁ ଜଳୁଥିବା ବେଳେ ନିଆଁକୁ ଆୟତ ପାଇଁ ଚେଷ୍ଟା ଚାଲିଛି ବୋଲି ଖାରକିବ ରାଜ୍ୟପାଳ କହିଛନ୍ତି । ଓଲେଗ ସିନେଗୁବୋଭ ସୋସିଆଲ ମିଡିଆରେ ଏକ ବିବୃତ୍ତିରେ କହିଛନ୍ତି। ସୁମି, ପୋଲଟାଭା, ଜାପୋରିଜିଆ ଏବଂ ଓଡେସା ଅଞ୍ଚଳରେ ମଧ୍ୟ ବିଦ୍ୟୁତ୍ ଓ ପାନୀୟ ଜଳର ସମସ୍ୟା ଦେଖାଦେଇଥିବା ରିପୋର୍ଟ ଆସିଥିଲା । ସେପଟେ ତେଜଷ୍କ୍ରିୟ ବିକିରଣ ଆଶଙ୍କାରେ ଜାପୋରିଜିୟା ନ୍ୟୁକ୍ଲିୟର ପାଓ୍ବାର ପ୍ଲାଣ୍ଟକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି ।

