ଅଖିଳେଶଙ୍କ ଟାର୍ଗେଟରେ ଯୋଗୀ…
1 min readପ୍ରେସ୍ମିଟରେ ଭାଜପାକୁ ଚେତାବନୀ । ସମାଜବାଦୀ ପାର୍ଟିର ମୁଖିଆ ଅଖିଲେଶ ଯାଦବଙ୍କ କଡା ସମାଲୋଚନା। ଅଖିଲେଶଙ୍କ ପୁରା ଟାର୍ଗେଟରେ ରହିଛନ୍ତି ଉତ୍ତରପ୍ରଦେଶର ପ୍ରଧାନମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଗୁରୁବାର ଉତ୍ତରପ୍ରଦେଶରେ ଅଖିଲେଶ କହିଛନ୍ତି ଯେ ଉତ୍ତରପ୍ରଦେଶ “ରାମ ରାଜ୍ୟ” ନୁହେଁ ଏହା ହେଉଛି “ନାଥୁରାମ ରାଜ୍ୟ” । ଏହାର କାରଣ ହେଉଛି ଝାନସିରେ ପୋଲିସ ଅଧିକାରୀ ମାନଙ୍କ ସହ ହାତାହାତି ଦ୍ବାରା ଏକ ଯୁବକ ପୁଷ୍ପେନ୍ଦ୍ର ଯାଦବଙ୍କର ଏନକାଉଣ୍ଟରରେ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ଅଖିଳେଶ ଚେତାବନୀ ଦେଇ କହିଛନ୍ତି ଯେ, ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ନିଶ୍ଚିତ ହେବ । ୨୦୨୨ ରେ ସମାଜବାଦୀ ପାର୍ଟି ଆସନକୁ ଆସିଲେ ଏହାର ଫାଇଲ ପୁଣି ଖୋଲିବ ଏବଂ ଦୋଷୀକୁ ଦଣ୍ଡ ମିଳିବ । ଝାନସିରେ ରାତି ରହଣୀ ପରେ ଅଖିଳେଶ ପ୍ରେସ କନଫ୍ରେନ୍ସ ଦ୍ବାରା ପୁଷ୍ପେନ୍ଦ୍ରଙ୍କ ମୃତ୍ୟୁରେ ପୋଲିସ ଅଧିକାରୀ ମାନଙ୍କ ସହ ଯେଉଁ ବ୍ୟକ୍ତି ମାନେ ସାମିଲ ଥିବେ ସେମାନଙ୍କୁ ଜେଲ ପଠାଯିବ ବୋଲି କହିଛନ୍ତି । ଭାଜପା ସରକାରକୁ ପୁରା ଚେତାବନୀ ଦେଇଛନ୍ତି ଅଖିଳେଶ । ସରକାରୀ ଅଧିକାରୀ ମାନଙ୍କୁ ଚେତାବନୀ ଦେଇ କହିଛନ୍ତି କି ଯେଉଁମାନେ ପୁଷ୍ପେନ୍ଦ୍ରଙ୍କ ମୃତ୍ୟୁରେ ସାମିଲ ଥିବେ ୨୦୨୨ ରେ ସମାଜବାଦୀ ପାର୍ଟିର ସରକାର ହେବା ପରେ ସେ ସମସ୍ତଙ୍କୁ ଜେଲ ପଠାଯିବ । ଝାନସି ପୋଲିସ ପୁଷ୍ପେନ୍ଦ୍ରକୁ ହତ୍ୟା କରି ନିଜର ଶକ୍ତି ପ୍ରଦର୍ଶନ କରୁଛି । ଏହାକୁ ସଠିକ୍ ଯାଞ୍ଚ କରିବାର ନିହାତି ଆବଶ୍ୟକତା ରହିଛି । ଅଖିଳେଶ ମିଡିଆରେ ପ୍ରଶ୍ନ କରିଛନ୍ତି ଯେ ଯଦି ଏହା ପୋଲିସ ସହ ଧସ୍ତାଧସ୍ତି ରେ ମୃତ୍ୟୁ ଥିଲା ତେବେ ପୋଲିସ ପୁଷ୍ପେନ୍ଦ୍ରର ଲାସକୁ ଧରି ସାଙ୍ଗରେ କାହିଁକି ବୁଲୁଥିଲା ? ସେଇ ପାଖରେ ଏକ ଆମ୍ବୁଲାନ୍ସ କାହିଁକି ଘୁରି ବୁଲୁଥିଲା ? ଯଦି ଏହା ପୋଲିସ ସହ ଧସ୍ତାଧସ୍ତି ରେ ଏନକାଉଣ୍ଟରରେ ମୃତ୍ୟୁ ଥିଲା ତେବେ କାର ପଛ ପଟେ ରକ୍ତ ଚିଟା ଆସିଲା କେଉଁଠୁ ବୋଲି ପ୍ରଶ୍ନ କରିଛନ୍ତି । ଏହା ଏକ ଏନକାଉଣ୍ଟର ନୁହେଁ ଏହା ସମ୍ପୁର୍ଣ୍ଣ ରୂପରେ ମର୍ଡର ବୋଲି ଅଖିଲେଶ କହିଛନ୍ତି । ତେବେ ପୁଷ୍ପେନ୍ଦ୍ରଙ୍କର ୩ ମାସ ପୁର୍ବରୁ ବାହାଘର ହୋଇଥିଲା ତେବେ ତାଙ୍କର ମୃତ୍ୟୁ ପାଇଁ ଦାୟୀ କିଏ ହେବ, ତାଙ୍କର ପରିବାରକୁ ଏବେ କିଏ ପୋଷିବ । ଅଖିଲେଶ କହିଛନ୍ତି ଯେ ଉପ ନିର୍ବାଚନ ସରିଗଲା ପରେ ଆମେ ନ୍ୟାୟ ପାଇଁ ରାସ୍ତାକୁ ଓହ୍ଲାଇବୁ ବୋଲି ଅଖିଲେଶ କହିଛନ୍ତି ।
ପୋଲିସ କହିବା ଅନୁସାରେ SHO ଧର୍ମେନ୍ଦ୍ର ସିଂ ଚୌହାନ ଗତ ସେପ୍ଟମ୍ବର ୨୯ ତାରିଖରେ ପୁଷ୍ପେନ୍ଦ୍ର ୟାଦବଙ୍କର ଏକ ଅବୈଧ ଟ୍ରକକୁ ସିଜ୍ କରାଯାଇଥିଲା । ତେବେ ୫ ଅକ୍ଟୋବର ରେ ଛୁଟି ସାରି ନିଜ କାରରେ କାନପୁର ଆସୁଥିବା ବେଳେ ଧର୍ମେନ୍ଦ୍ରଙ୍କ ପାଖକୁ ପୁଷ୍ପେନ୍ଦ୍ରର ଫୋନ ଆସିଥିଲା । ଏହି ଫୋନ ଥିଲା ତାଙ୍କ ଅବୈଧ ଟ୍ରକକୁ ସିଜ୍ ଘଟଣାକୁ ନେଇ । ତେବେ ଧର୍ମେନ୍ଦ୍ର ତାଙ୍କୁ ବମରୋଲି ପାଖକୁ ଡାକି ପୁଷ୍ପେନ୍ଦ୍ରଙ୍କୁ ନିୟମ ଅନୁସାରେ ଏନକାଉଣ୍ଟର କରାଯାଇଥିଲା ବୋଲି ପୋଲିସ ଏକ ପ୍ରେସ୍ମିଟରେ କହିଛି । ')}