ଚିକିତ୍ସା ପାଇଁ ନଥିଲା BSKY ସ୍ମାର୍ଟକାର୍ଡ଼, ଫାଇଭ-ଟି ସଚିବଙ୍କ ହସ୍ତକ୍ଷେପ ପରେ ମିଳିଲା ତ୍ୱରିତ ସହାୟତା
1 min readଭୁବନେଶ୍ୱର: ଗରିବଙ୍କ ସ୍ୱାସ୍ଥ୍ୟ ସଞ୍ଜୀବନୀ ସାବ୍ୟସ୍ତ ହୋଇଛି ସ୍ମାର୍ଟକାର୍ଡ । ବିଏସକେୱାଇ ସାଜିଲା ଜୀବନରେଖା । ଫାଇଭ-ଟି ସଚିବଙ୍କ ଟ୍ୱିଟରେ ଯୋଡ଼ିହେଲା ହିତାଧିକାରୀଙ୍କ ନାଁ। ଗୋଡ଼ ଭାଙ୍ଗିଥିଲା। ସଙ୍ଗସଙ୍ଗେ ମିଳିଲା ତ୍ୱରିତ ସହାୟତା । ମୁଖ୍ୟମନ୍ତ୍ରୀ ଓ ଫାଇବ -ଟି ସଚିବଙ୍କୁ ଧନ୍ୟବାଦ ଜଣାଇଲେ ପରିବାର । ନୟାଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ ମହିତଙ୍ଗାଗାଁର ଘଟଣା। ହରପ୍ରିୟା ନାମକ ୧୫ ବର୍ଷୀୟ ଝିଅର ବିଏସକେୱାଇ କାର୍ଡରେ ନାମ ନଥିଲା, ହେଲେ ଭି.କେ ପାଣ୍ଡିଆନଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ପରେ ମାଗଣାରେ ଚିକିତ୍ସା ପାଇଲେ ଯୁବତୀ ।
ଚଳିତ ବର୍ଷ ବିପିନ ଓ ରଞ୍ଜୁଲତା ଡାକୁଆଙ୍କ ଝିଅ ଦଶମ ପାସ୍ କରିଥିଲେ । ସପ୍ତାହେ ପୂର୍ବରୁ ଘର ସିଡିରୁ ପଡ଼ି ଡାହାଣ ଗୋଡ଼ ଭାଙ୍ଗିଯାଇଥିଲା । ବାପା ଦିନ ମଜୁରିଆ ହୋଇଥିବାରୁ ହସ୍ପିଟାଲ ଖର୍ଚ୍ଚ ବହନ କରିପାରିନଥିଲେ । ବିଏସକେୱାଇ ସ୍ମାର୍ଟକାର୍ଡ ଥିଲା , ହେଲେ ଝିଅ ନାମ ନଥିବାରୁ କାର୍ଡରେ ସୁବିଧା ମିଳିନଥିଲା । ମୁଖ୍ୟମନ୍ତ୍ରୀଙ୍କ ସହ ଦିଲ୍ଲୀ ଗସ୍ତରେ ଥିବା ଫାଇବ ଟି ସଚିବଙ୍କୁ ଟୁଇଟ୍ କରିଥିଲେ ଯାଜପୁରର ଜଣେ ସମାଜସେବୀ ପିଣ୍ଟୁ ସାହୁ । ଭି.କେ ପାଣ୍ଡିଆନ ଜାଣିବା ପରେ ବିଭାଗୀୟ ଅଧିକାରୀ ଓ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ କଥା ହୋଇଥିଲେ । ଏହାପରେ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଥିଲା ହରପ୍ରିୟାଙ୍କ ଚିକିତ୍ସା । ବିପଦ ସମୟରେ ତତ୍କାଳ ସହାୟତା କରିଥିବାରୁ ମୁଖ୍ୟମନ୍ତ୍ରୀ ଓ ଫାଇବ ଟି ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି ପରିବାର।