ଯାନ୍ତ୍ରିକ ତ୍ରୁଟି ପାଇଁ ସ୍ଥଗିତ ରହିଲା ନାସାର ମୁନ୍ ମିଶନ

1 min read

ଓ୍ୱାଶିଂଟନ: ଯାନ୍ତ୍ରିକ ତ୍ରୁଟି ଯୋଗୁ ନାସାର ଅନମ୍ୟାନଡ ମୁନ୍ ମିସନ ସ୍ଥଗିତ । SLS ଆର୍ଟିମିସ-୧ର ହେବାକୁ ଥିବା ଉତକ୍ଷେପଣ ବାତିଲ କରାଯାଇଛି । ଫ୍ଲୋରିଡା କେନେଡି ସ୍ପେସ୍ ସେଣ୍ଟରରୁ ଏହି ଲଞ୍ଚ ହେବାକୁ ଥିବାବେଳେ ଶେଷ ମୂହୂର୍ତ୍ତରେ ଲଞ୍ଚ ବାତିଲ କରାଯାଇଛି । ଏହି ଅନମ୍ୟାନଡ ମିଶନରେ ଚନ୍ଦ୍ରକୁ ଯାଇଥାନ୍ତା ସେନ୍ସର ସଜ୍ଜିତ ମାନେକ୍ୱିନ । ଚନ୍ଦ୍ର ପୃଷ୍ଠରେ ମାନବ ବସତି ଲାଗି ନାସା ଉଦ୍ୟମ ଆରମ୍ଭ କରିଛି । ଗ୍ରହ, ଉପଗ୍ରହ ସଂକ୍ରାନ୍ତ ତଥ୍ୟ ଲାଗି ଏହି ଅଭିଯାନ ଉଦ୍ଦିଷ୍ଟ ଥିଲା ।

ପ୍ରାୟ ୫୦ବର୍ଷ ପରେ ପୁଣି ଜହ୍ନକୁ ଯାତ୍ରା ଲାଗି ଜୋରଦାର ପ୍ରୟାସ ଚାଲିଥିଲା । ଦକ୍ଷିଣ ମେରୁରେ ପାଣି, ବରଫ, ଇନ୍ଧନ ସନ୍ଧାନ କରିବା ଲାଗି ଏହି ମିସନ ଉଦ୍ଦିଷ୍ଟ ଥିଲା । ହ୍ୟୁମାନ ମୁନ୍ ମିଶନ ପୂର୍ବରୁ ମହାକାଶଚାରୀଙ୍କ ସୁରକ୍ଷା ଓ ନିରାପତ୍ତାକୁ ଯାଞ୍ଚ କରିଥିଲା SLS ରକେଟ୍ । ଚନ୍ଦ୍ର ପୃଷ୍ଠରେ ୪୨ ଦିନିଆ ଯାତ୍ରା କରି ଏହା ଆସନ୍ତା ଅକ୍ଟୋବରରେ ପ୍ରଶାନ୍ତ ମହାସାଗରକୁ ଖସିପଡ଼ିଥାନ୍ତା । ୨୦୨୫ ସୁଦ୍ଧା ମୁନ୍ ମିଶନର ଫାଇନାଲ ଡ୍ରାଇଭ ଲାଗି ନାସା ପ୍ରସ୍ତୁତି ଆରମ୍ଭ କରିଥିଲା । ନାସାର ପ୍ରଥମ ହ୍ୟୁମାନ ମୁନ୍ ମିଶନ ଥିଲା ଆପୋଲୋ । ଗ୍ରୀକ୍ ଲୋକକଥା ଅନୁସାରେ ଆପୋଲୋ ଓ ଆର୍ଟିମିସ୍ ଯାଆଁଳା ଭାଇ-ଭଉଣୀ । ଆପୋଲୋକୁ ସୂର୍ଯ୍ୟ ଦେବତା ଓ ଆର୍ଟିମିସକୁ ଚନ୍ଦ୍ରମା ଦେବୀ ଭାବେ ପୂଜା କରାଯାଏ ।