ଆସିଲାଣି ଟମାଟୋ ଫ୍ଲ୍ୟୁ , ଜାଣନ୍ତୁ କେଉଁମାନଙ୍କ ପ୍ରତି ରହିଛି ବିପଦ ?

1 min read

ନନ୍ଦିଘୋଷ ବ୍ୟୁରୋ: ଏବେ  ପୁଣି ଆତଙ୍କ ଖେଳାଇବା ଆରମ୍ଭ କଲାଣି ଟମାଟୋ ଫେବର  । ଦେଶରେ ମଙ୍କିପକ୍ସର ଆତଙ୍କ ଜାରି ରହିଥିବାବେଳେ ବର୍ତ୍ତମାନ ନୂଆ ଏକ ଭାଇରସ ଆସିଛି  । ଟମାଟୋ ଫେବର ବିଶେଷକରି ଛୋଟ ଶିଶୁଙ୍କୁ ଆକ୍ରାନ୍ତ କରୁଛି  ।  ଯେଉଁ ଶିଶୁମାନେ ଟମାଟୋ ଫେବରର ଆକ୍ରାନ୍ତ ହେଉଛନ୍ତି, ସେମାନଙ୍କ ଚର୍ମ କୁଣ୍ଡାଇହେବା ସହ ଦେହରେ ନାଲି ରଙ୍ଗର ଫଳି ଯାଉଛି  । ବଦହଜମୀ ଏବଂ ଗରମ ଲାଗିବା କାରଣରୁ ଏପରି ହେଉଥିବା ଅନୁମାନ କରାଯାଉଛି  । କିନ୍ତୁ କଣ ଏହି ଟମାଟୋ ଫେବର ? କାହାକୁ ଓ କିପରି ଏହା ହୋଇଥାଏ ବିଶେଷକରି କଣ ଏହାର ଲକ୍ଷଣ, ଜାଣନ୍ତୁ…

ଦେଶ ଏଇ ଏବେ ଏବେ କୋଭିଡରୁ ଆଶିଂକ ସୁସ୍ଥ ହେଉଛି  । ଯଦିବା ଗୋଟେ ପରେ ଗୋଟେ କୋଭିଡ ପ୍ରବାହ ଦେଶରେ ଗତି କରୁଛି  । କୋଭିଡ ୧୯ ଠାରୁ ଓମିକ୍ରନ୍, ମଙ୍କିପକ୍ସ ଆଦି ଆତଙ୍କ ରଚିଛି । ମଙ୍କିପକ୍ସର ଭୟ ଏବେବି ରହିଥିବାବେଳେ ପୁଣି ଟମାଟୋ ଫେବର ଡରାଇବା ଆରମ୍ଭ କରିଛି  ।   ଡାକ୍ତର ମାନଙ୍କ କହିବା ଅନୁୟାୟୀ ଏହାକୁ ହାତ-ପାଦ- ପାଟି ରୋଗ ଅର୍ଥାତ HFMD ବୋଲି କୁହାଯାଇଥାଏ  । ଦେଶରେ ପ୍ରଥମ କରି କେରଳରେ ଏହା ଦେଖାଦେଇଥିଲା  । ୬ ମେ ୨୦୨୨ ମସିହାରେ ପ୍ରଥମ କେସର ସନ୍ଧାନ ମିଳିଥିବାବେଳେ ବର୍ତ୍ତମାନ ଏହି ମାମଲା ବଢିଚାଲିଛି  । ଲୈସେଣ୍ଟ ରେସ୍ପୋଟରୀ ନାମକ ଏକ ଜର୍ଣ୍ଣାଲର ରିପୋର୍ଟ ମୁତାବକ, ଦେଶରେ ଏହି ମାମଲା ୮୨ ଛୁଇଁଛି  ।

ରିପୋର୍ଟରେ ଏକଥା ମଧ୍ୟ କୁହାଯାଇଛି କି, କୋଭିଡ ଯେଉଁଭଳି ଭାବେ ଦେଶରେ ଆତଙ୍କ ଖେଳାଇଥିଲା  । ଟମାଟୋ ଫେବର ମଧ୍ୟ ଅନୁରୂପ ଭାବେ ଦେଶର ଆତଙ୍କ ଖେଳାଇବ  । ଏଥିପ୍ରତି ସତର୍କ ହେବାର ବିଶେଷ ଆବଶ୍ୟକତା ରହିଛି  । ବିଶେଷକରି ଏହି ରୋଗ ଶିଶୁମାନଙ୍କୁ ଆକ୍ରାନ୍ତ କରୁଛି  । ପାଞ୍ଚବର୍ଷ ବୟସ ପର୍ଯ୍ୟନ୍ତ ଶିଶୁ ମାନଙ୍କ ଠାରେ ଟମାଟୋ ଫେବର ଦେଖିବାକୁ ମିଳିଛି  । ଅର୍ଥାତ କହିବାକୁ ଗଲେ, କେବଳ ୫ ବର୍ଷ ବୟସ ପର୍ଯ୍ଯନ୍ତ ଶିଶୁ ଟମାଟୋ ଫେବର ଦ୍ୱାରା ସଂକ୍ରମିତ ହେଉଛନ୍ତି  । ସେହିପରି ଯେଉଁ ବୃଦ୍ଧବୃଦ୍ଧାଙ୍କ ପାଖରେ ଇମ୍ୟୁନିଟ ଶକ୍ତି ହ୍ରାସ ଘଟୁଛି, ସେମାନଙ୍କ ଶରୀରରେ ମଧ୍ୟ ଟମାଟୋ ଫେବରର ଲକ୍ଷଣ ଦେଖିବାକୁ ମିଳୁଛି  ।

ଟମାଟୋ ଫେବରକୁ ନେଇ ରିସର୍ଚ୍ଚ କରୁଥିବା ଡାକ୍ତରୀ ଟିମ୍ ଏହାକୁ ନେଇ ମତ ପ୍ରକାଶ କରିଛନ୍ତି  । କିଛି ଡାକ୍ତରୀ ଟିମ ଏହାକୁ ଏକ ଭାଇରସ ବୋଲି କହୁଛନ୍ତି  । ଯେହେତୁ ଦେଶରେ ଏହାର କୌଣସି ଲକ୍ଷଣ ନଥିଲା, ବର୍ତ୍ତମାନ ଏହି କେସ ୮୨ରେ ପହଁଚିଛି  । ତେଣୁ କୋଭିଡର ଏହା ଏକ ପ୍ରଭାବ ବୋଲି କିଛି ଡାକ୍ତରୀ ଟିମ୍ ମତ ରଖୁଛନ୍ତି  । ଅନ୍ୟପଟେ ଯଦି ଦେଖିବା, ଟମାଟୋ ଫେବର ଦ୍ୱାରା ଶରୀରରେ କୁଣ୍ଡେଇ ହୋଇ ଫଳି ଯାଉଛି, ଏବଂ ତାହା ନାଲି ପଡିଯାଉଛି  । ଯାହା ଫଳରେ ଏହାକୁ ଡେଙ୍ଗୁ ଏବଂ ଚିକେନ ଗୁନିଆ ପରେ ଏମିତି ହୋଇଥାଏ ବୋଲି ମଧ୍ୟ କିଛି ଡାକ୍ତରୀ ଟିମ୍ କହୁଛନ୍ତି  ।