ଗଞ୍ଜେଇ ଚାଲାଣ କରି ବନ୍ଧା ହେଲେ ବିଜେପି ଆଦିବାସୀ ମୋର୍ଚ୍ଚା ସଭାପତି

ବୌଦ୍ଧ; ଗଞ୍ଜେଇ ଚାଲାଣ କରି ଗିରଫ ହେଲେ ବୌଦ୍ଧ ଜିଲ୍ଲା ବିଜେପି ଆଦିବାସୀ ମୋର୍ଚ୍ଚା ସଭାପତି ଡମ୍ବରୁ ଧର କଂହର । ତାଙ୍କ ସହ ଅନ୍ୟ ଦୁଇଜଣ ମଧ୍ୟ ଗିରଫ ହୋଇଛନ୍ତି । କଣ୍ଟାମାଳ ଥାନା ଶୁଲିଆ ଛକ ନିକଟରେ ତିନି କ୍ୱିଣ୍ଟାଲ ଗଞ୍ଜେଇ ସହ ବୋଲେରୋ ଗାଡି ଜବତ ହୋଇଛି । ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ।

ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅବକାରୀ ବିଭାଗ ପକ୍ଷରୁ ମନମୁଣ୍ଡା ରାସ୍ତାର ଶୁଲିଆ ଛକ ନିକଟରେ ଚଢାଉ କରାଯାଇଥିଲା । ଏହି ସମୟରେ ଗାଡିରେ ଥିବା ବିଜେପି ନେତା ଡମ୍ବରୁଧର କଂହରଙ୍କ ସମେତ ଅନ୍ୟ ଦୁଇ ଜଣ ମଧ୍ୟ ଧରାପଡିଥିଲେ । ସେମାନେ ହେଲେ ମାଲପଡା ଗାଁର ପ୍ରହଲ୍ଲାଦ ଦ୍ୱାରୀ ଏବଂ ଆର ଉଦୟଗିରି ସତ୍ୟ ରଞ୍ଜନ । ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ଚଢ଼ାଉ କରିଥିଲା । ଗିରଫ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଲଗ୍ନ ଧାର୍ଯ୍ୟ; ସେପ୍ଟେମ୍ୱର ୧ରେ ନବାନ୍ନ ଲାଗି ହେବ