ଆଉ ନାହାନ୍ତି ନିବେଶକ ରାକେଶ ଝୁନ୍ଝୁନ୍ୱାଲା, ଦୁଃଖ ପ୍ରକାଶ କଲେ ମୋଦି
1 min readମୁମ୍ବାଇ: ପରଲୋକରେ ବିଶିଷ୍ଟ ଉଦ୍ଦ୍ୟୋଗୀ ତଥା ନିବେଶକ ରାକେଶ ଝୁନ୍ଝୁନ୍ୱାଲା । ୬୨ ବର୍ଷ ବୟସରେ ରାକେଶଙ୍କ ନିଧନ ହୋଇଛି । କିଛି ସପ୍ତାହ ପୂର୍ବରୁ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ ରାକେଶ । ଦୀର୍ଘଦିନ ଧରି ସେ ଅନେକ ରୋଗରେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।
ପ୍ରଧାନମନ୍ତ୍ରୀ ମୋଦି ଝୁନଝୁନୱାଲାଙ୍କ ନିଧନରେ ଶୋକବ୍ୟକ୍ତ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ‘‘ଜଣେ ଅଦମ୍ୟ ସାହସୀ ଥିଲେ ରାକେଶ ଝୁନଝୁନୱାଲା । ଖୁସି ମିଜାଜ ସ୍ବଭାବର ରାକେଶକୁ ସର୍ବଦା ଝୁରିବ ବିତ୍ତୀୟ ଦୁନିଆ । ଭାରତର ଅଗ୍ରଗତି ପାଇଁ ସବୁବେଳେ ଚିନ୍ତିତ ଥିବା ଝୁନ୍ଝୁନ୍ୱାଲାଙ୍କ ଦେହାନ୍ତ ଅତ୍ୟନ୍ତ ଦୁଃଖଦାୟକ । ତାଙ୍କ ପରିବାର ଓ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା ରହିଛି । ଓଁ ଶାନ୍ତି ’’। ପ୍ରସିଦ୍ଧ ନିବେଶକଙ୍କ ଦେହାନ୍ତ ପରେ ଏଭଳି ଟ୍ବିଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
Rakesh Jhunjhunwala was indomitable. Full of life, witty and insightful, he leaves behind an indelible contribution to the financial world. He was also very passionate about India’s progress. His passing away is saddening. My condolences to his family and admirers. Om Shanti. pic.twitter.com/DR2uIiiUb7
— Narendra Modi (@narendramodi) August 14, 2022
ଜଣେ ନିବେଶକ ହେବା ସହ ଚାଟାର୍ଡ ଆକାଉଣ୍ଟାଣ୍ଟ ଥିଲେ ଝୁନଝୁନୱାଲା । ସେହିପରି ଦେଶର ଧନୀ ବ୍ୟକ୍ତିଙ୍କ ତାଲିକାରେ ତାଙ୍କ ନାଁ ସାମିଲ ଥିଲା । ହଙ୍ଗାମା ମିଡିଆ ଓ ଆପଟେକ୍ର ଅଧ୍ୟକ୍ଷ ରହିବା ସହ ୱାଇସରାୟ ହୋଟେଲ, କନକଡ୍ ବାୟୋଟେକ, ପ୍ରୋଭୋଗ ଇଣ୍ଡିଆ ଓ ଜିୟୋଜିତ ଫାଇନାନ୍ସିଆଲ ସର୍ଭିସେସର ନିର୍ଦ୍ଦେଶକ ବି ଥିଲେ ଝୁନଝୁନୱାଲା । ନିକଟରେ ସେ ଆକାଶ ଏୟାରଲାଇନ୍ସର ଲଞ୍ଚ କରିଥିଲେ । ଆରବପତି ନିବେଶକ ରାକେଶ ୪୦ ପ୍ରତିଶତ ଅଂଶୀଦାର ସହ ଆକାଶ ଏୟାରରେ ୫୦ ମିଲିଅନ ଡଲାର ନିବେଶ କରିଥିଲେ ।