spot_img

Latest Posts

ଅଗଷ୍ଟ କ୍ରାନ୍ତି ଦିବସ; ଆଜିକାର ଦିନରେ ବ୍ରିଟିଶ ମୁକ୍ତ ଆନ୍ଦୋଳନ ଡାକରା ଦେଇଥିଲେ ମହାତ୍ମା

ଭୁବନେଶ୍ୱର: ଆଜି ଅଗଷ୍ଟ କ୍ରାନ୍ତି ଦିବସ । ଭାରତର ସ୍ବାଧିନତା ଆନ୍ଦୋଳନ ଇତିହାସରେ ଗୁରୁତ୍ବପୂର୍ଣ୍ଣ ଦିନ । ୧୯୪୨ ଅଗଷ୍ଟ ୯ ତାରିଖରେ ଭାରତକୁ ବ୍ରିଟିଶ ମୁକ୍ତ କରିବା ପାଇଁ ଭାରତଛାଡ଼ ଆନ୍ଦୋଳନ ଡାକରା ଦେଇଥିଲେ ଜାତିର ପିତା ମହାତ୍ମା ଗାନ୍ଧି । ଏହାପରେ ଭାରତବାସୀ ଏକଜୁଟ୍‌ ହୋଇ ବ୍ରିଟିଶଙ୍କ ବିରୋଧରେ ଲଢ଼େଇ କରିଥିଲେ । ମୁମ୍ବାଇର ଅରୁଣା ଆସିକ ଅଲ୍ଲୀ ଗ୍ବାଲିଆ କ୍ରାନ୍ତି ମଇଦାନରେ ପତାକା ଉଡ଼ାଇ ଆନ୍ଦୋଳନ ପାଇଁ ଶଙ୍ଖଧ୍ବନି ଦେଇଥିଲେ। ଏହି ଆନ୍ଦୋଳନ ବ୍ରିଟିଶ ସାମ୍ରାଜ୍ୟକୁ ଦୋହଲାଇ ଦେଇଥିଲା । ଆଜି ସେହି ମହାନ ସଂକଳ୍ପର ସ୍ମୃତି ଚାରଣ କରୁଛି ଭାରତ ବର୍ଷ। ଦେଶ ପାଇଁ ଜୀବନ ଦେଇଥିବା ବୀର ସଂଗ୍ରାମୀମାନଙ୍କ ବଳିଦାନକୁ ମନେ ପକାଉଛନ୍ତି କୋଟି କୋଟି ଭାରତୀୟ। ଇତିହାସକୁ ମନେ ପକାଇ ଦେଶକୁ ବିକାଶ ପଥରେ ଆଗେଇ ନେବାକୁ ଦେଶ ପାଳୁଛି କ୍ରାନ୍ତି ଦିବସ ।

Latest Posts

Don't Miss