spot_img

Latest Posts

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବାକୁ ଆସନ୍ତାକାଲି ଦିଲ୍ଲୀ ଯିବେ ବିଧାୟକ ଟିମ୍

ଭୁବନେଶ୍ୱର: ଆସନ୍ତାକାଲି ୨୬ ଜଣିଆ ବିଧାୟକ ଟିମ୍ ଦିଲ୍ଲୀ ଯିବେ । ଅଗଷ୍ଟ ୩ ତାରିଖ ଅର୍ଥାତ ବୁଧବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବିଧାୟକ ଦଳ ଭେଟି ସମ୍ବର୍ଦ୍ଧନା ଜଣାଇବେ । ଓଡିଶା ବିଧାନସଭାର ବାଚସ୍ପତି ବିକ୍ରମକେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ବିଧାୟକମାନେ ଦିଲ୍ଲୀ ଯିବେ । ଏହା ପୂର୍ବରୁ ଏଥିପାଇଁ ବିଧାନସଭାରେ ସଙ୍କଳ୍ପ ପାରିତ ହୋଇଛି ।

୨୬ ଜଣଙ୍କ ମଧ୍ୟରେ ୧୫ ବିଜେଡି ବିଧାୟକ, ୬ ବିଜେପି ବିଧାୟକ ଏବଂ ତିନି କଂଗ୍ରେସ ବିଧାୟକ ସାମିଲ ଅଛନ୍ତି । ଆସନ୍ତାକାଲି ଦିଲ୍ଲୀ ଅଭିମୁଖେ ବାହାରିବେ । ଦେବେ ଭେଟିବା ପୂର୍ବରୁ ସମସ୍ତ ବିଧାୟକଙ୍କ କୋଭିଡ ପରୀକ୍ଷା କରାଯିବାର ସୂଚନା ରହିଛି ।

ଉପବାଚସ୍ପତି ରଜନୀକାନ୍ତ ସିଂ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ବିଧାୟକ ସୁଦାମ ମାର୍ଣ୍ଡି, ଦେବୀ ପ୍ରସାଦ ମିଶ୍ର, ସ୍ନେହାଙ୍ଗିନୀ ଛୁରିଆ, ପଦ୍ମିନୀ ଦିଆନ, ନରସିଂହ ମିଶ୍ର, ତାରା ପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ମୋହନ ମାଝୀ, କୁସୁମ ଟେଟେ ପ୍ରମୁଖ ଦିଲ୍ଲୀ ଯିବେ ।

Latest Posts

Don't Miss