ଶାଇ ହୋପଙ୍କ ଶତକ, ୬ ୱିକେଟ୍ ହରାଇ ୩୧୧ ରନ୍ କଲା ୱେଷ୍ଟଇଣ୍ଡିଜ୍
1 min readତ୍ରିନିଦାଡ଼: ଆଜି ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ ଖେଳାଯାଉଛି । ଘରୋଇ ଇଣ୍ଡିଜ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିଥିଲା । ନିର୍ଦ୍ଧାରିତ ୫୦ ଓଭରରେ ଇଣ୍ଡିଜ ନିଜର ୬ ୱିକେଟ୍ ହରାଇ ୩୧୧ ରନ୍ ସଂଗ୍ରହ କରିଛି । ଭାରତ ଆଗରେ ଏବେ ୩୧୨ରନର ଲକ୍ଷ୍ୟ ରହିଛି । ଇଣ୍ଡିଜ ପକ୍ଷରୁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଶଇ ହୋପ୍ ଏବଂ କେଲ ମେୟର୍ସ ଦଳକୁ ଭଲ ଆରମ୍ଭ ଦେଇଥିଲେ । ଶାଇ ହୋପ ୧୩୫ ବଲ୍ ଖେଳି ସର୍ବାଧିକ ୧୧୫ ରନ୍ କରିଥିଲେ ।
ସେହିପରି କେଲ୍ ମେୟର୍ସ ୩୯ ରନ୍ କରିଥିଲେ । ଶମରାହ ବ୍ରୁକସ ୩୫ ରନ୍ କରିଥିବାବେଲେ ଅଧିନାୟକ ନିକୋଲାସ ପୁରନ ୭୪ ରନ୍ କରିଥିଲେ । ପ୍ରଥମ ଇଂନିସ ଶେଷ ବେଳକୁ ରୋମାରିଓ ଶେଫର୍ଡ (୧୫ରନ୍) ଓ ଅକିଲ ହୁସେନ (୬ରନ୍) କରି କ୍ରିୀଜରେ ଦଣ୍ଡାୟମାନ ରହିଥିଲେ । ଭାରତ ପକ୍ଷରୁ ଶ୍ରାଦ୍ଧୁଲ ଠାକୁର ସର୍ବାଧିକ ୩ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ଦୀପକ ହୁଡା, ଅକ୍ସର ପଟେଲ ଓ ଯୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ୱିକେଟ୍ ହାସଲ କରିଛନ୍ତି । ଭାରତ ପକ୍ଷରୁ ଶିଖର ଧୱନ ଏବଂ ଶୁଭମନ ଗିଲ୍ ଓପନିଂ କରିବେ । ଯଦି ଦଳ ଏହି ମ୍ୟାଚ ଭାରତ ଜିତିଯାଏ ତେବେ ୨-୦ରେ ସିରିଜ ବିଜୟୀ ହେବ । ସେହିପରି ଇଣ୍ଡିଜ ଯଦି ଏହି ମ୍ୟାଚ ଜିତିଯାଏ ତେବେ ତୃତୀୟ ଦିନିକିଆରେ ଉଭୟ ସିରିଜ୍ ପାଇଁ ଲଢିବେ ।