ଦ୍ରୁତ ଗତିରେ ଧ୍ବଂସାଭିମୁଖୀ କାଲିଫର୍ଣ୍ଣିଆ ଜଙ୍ଗଲ, ବୈଜ୍ଞାନିକ ଦର୍ଶାଇଲେ କାରଣ…

1 min read

କାଲିଫର୍ଣ୍ଣିଆ  :  କାଲିଫର୍ଣ୍ଣିଆରୁ ଆସୁଥିବା ଖବର ଏବେ ବୈଜ୍ଞାନିକଙ୍କ ଚିନ୍ତା ବଢାଇ ଦେଲାଣି  । ବର୍ତ୍ତମାନ ବିଭିନ୍ନ କାରଣ ଯୋଗୁଁ ଧ୍ବଂସ ଦିଗକୁ ଗତି କରୁଛି କାଲିଫର୍ଣ୍ଣିଆ ଜଙ୍ଗଲ । ଏକ ଗବେଷଣା ଅନୁଯାୟୀ, ୧୯୮୫ ମସିହା ପର ଠାରୁ ଏବେ ଯାଏଁ  କାଲିଫର୍ଣ୍ଣିଆର ପ୍ରାୟ ୬.୭ ପ୍ରତିଶତ ଜଙ୍ଗଲ ନଷ୍ଟ ହୋଇ ସାରିଲାଣି । ପାଖାପାଖି ୪,୫୬୬ ବର୍ଗ କିଲୋମିଟର ଜଙ୍ଗଲ ଧ୍ବଂସ ହୋଇସାରିଥିବା ଅନୁମାନ କରାଯାଉଛି । । କୁହାଯାଉଛି କି ପୂର୍ବ ୩୭ ବର୍ଷ ପର୍ଯ୍ୟନ୍ତ ଧରି ଲସ୍ ଅଞ୍ଜେଲିସରେ ସାଢେ ୩ଗୁଣାରୁ ଉର୍ଦ୍ଧ୍ବ ସ୍ଥାନ ଜଳି ଧ୍ବଂଶ ହୋଇସାରିଲାଣି ।

୧୯୮୫ ଏବଂ ୨୦୨୧ ମସିହା ମଧ୍ୟରେ ବନସ୍ପତି ପରିବର୍ତ୍ତନ ସମ୍ବନ୍ଧରେ ଜାଣିବା ପାଇଁ ଏକ ରିସର୍ଚ ଟିମ୍ ତିଆରି ହୋଇଥିଲେ ସେଥିରେ USGS ଏବଂ NASAର ବୈଜ୍ଞାନିକ ମାନେ ପରିକ୍ଷଣ କରି ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ । ତାଙ୍କ ରିପୋର୍ଟ ଅନୁଯାୟୀ ଜଙ୍ଗଲ ନଷ୍ଟ ହେବାର ମୁଖ୍ୟ କାରଣ ହେଉଛି ଜଙ୍ଗଲରେ ଲାଗୁଥିବା ନିଆଁ, ମରୁଡ଼ି ଏବଂ କମ୍ ଜଳସ୍ତର । ଏବଂ ନଷ୍ଟ ହୋଇ ଯାଇଥିବା ଗଛ ସ୍ଥାନରେ ନୂଆ ଗଛ ରୋପଣ କାରାଯାଉଛି ହେଲେ ଏହାର ସଂଖ୍ୟା ଜଙ୍ଗଲ ବୃଦ୍ଧି ତୁଳନାରେ ବହୁତ କମ୍ । କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟରେ ଜଣେ ପ୍ରଫେସରଙ୍କ କହିବା ଅନୁଯାୟୀ, ଜଙ୍ଗଲ ଏତେ ନିଆଁ ସହିପାରୁନି, ଏବେ ଜଙ୍ଗଲରେ ଯେଉଁ ପରିବର୍ତ୍ତନ ହୋଇଛି, ତାହା ଗତ ୪ ବର୍ଷ ଧରି ଦେଖିବାକୁ ମିଳିଛି ।

ଏହି ଜଙ୍ଗଲ ଏପରି ବଡ଼ ଆକାରରେ ଭରି ରହିଛି ଯଦ୍ବାରା କେବଳ କୌଣସି ଗୋଟିଏ କାରଣ ନେଇ ଜଙ୍ଗଲର ସୁରକ୍ଷା କରିହେବ ନାହିଁ । ଉଦାହରଣ ସ୍ବରୂପ ରାଜ୍ୟର ଉତ୍ତର ଭାଗରେ କମ୍ ତାପମାତ୍ରା ଏବଂ ଭୀଷଣ ବର୍ଷା ଯୋଗୁଁ  ନିଆଁ ଲାଗିଥିବା ବେଳେ ଏତେ ମାତ୍ରାରେ କ୍ଷତି ହୋଇନଥିଲା । ହେଲେ ୨୦୧୮,୨୦୨୦ ଏବଂ ୨୦୨୧ ମସିହାରେ ଲାଗିଥିବା ନିଆଁ ଯୋଗୁଁ ବହୁତ ବଡ଼ ଧରଣର କ୍ଷତି ହୋଇଥିଲା ।

କାଲିଫର୍ଣ୍ଣିଆର ପରିବେଶ ସନ୍ତୁଳନ ପାଇଁ ଜଙ୍ଗଲ ହିଁ ମୁଖ୍ୟତଃ ଦାୟୀ । ଏଥିପାଇଁ ଜଙ୍ଗଲ ହ୍ରାସ ଯୋଗୁଁ କାର୍ବନ ଡାଇଅକସାଇଡ଼ ବା ଅଙ୍ଗାରକାମ୍ଳକୁ  ଅବଶୋଷଣ କରିବା ପାଇଁ  ଗଛ ମାନଙ୍କ କ୍ଷମତା ମଧ୍ୟ କମିଗଲାଣି ଏହା ଏଠାକାର ପରିବେଶ ପାଇଁ ଭଲ ସଙ୍କେତ ନୁହେଁ । ବୈଜ୍ଞାନିକ ମାନଙ୍କ ମତରେ ଯଦି ଏପରି ପରିସ୍ଥିତି ବହୁତ ଦିନ ଯାଏଁ ଲାଗି ପାରେ ।