ଭିଜିଲାନ୍ସ ଜାଲରେ ନିମାପଡ଼ା ସବ୍‌ଡିଭିଜନ୍ ସହକାରୀ ଯନ୍ତ୍ରୀ

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । ନିମାପଡ଼ା ସବଡିଭିଜନର ସହକାରୀ ଆରଡି ଇଞ୍ଜିନିୟର ଦୁଷ୍ମନ୍ତ ଦେହୁରୀଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍ । ଢେଙ୍କାନାଳର ଟାଉନ ପ୍ଲାନିଂସ୍ଥିତ ଘରେ, ମୋଟଙ୍ଗାରେ ଥିବା ପୈତୃକ ବାସଭବନ, ଗୁଣ ଦେଇପୁର ଓ ଶ୍ୱଶୁର ଘର ସମେତ ୩ଟି ସ୍ଥାନରେ ,କକାଳୀନ ଚାଲିଛି ଚଢ଼ାଉ ।

ବର୍ତ୍ତମାନ ସୁଦ୍ଧା ଗୋଟିଏ ଘର ଓ ୨ଟି ପ୍ଲଟ ଠାବ ହୋଇଥିବା ଜଣାପଡିଛି । ଏସବୁକୁ ବାଦଦେଲେ ନିମାପଡ଼ା ଓ ଭୁବନେଶ୍ବର ଶୈଳଶ୍ରୀ ବିହାରରେ ଥିବା ଫ୍ଲାଟ୍ ଓ ଚନ୍ଦ୍ରଶେଖରପୁରରେ ଥିବା ଏକ ତିନି ମହଲା କୋଠାରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । ଚଢ଼ାଉରେ ୫ ଡିଏସପିଙ୍କ ସହ ୧୨ ଇନ୍ସପେକ୍ଟର ସାମିଲ ହୋଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ଆସନ୍ତା ୨୪ଘଣ୍ଟାରେ ଆହୁରି ଘନୀଭୂତ ହେବ ଲଘୁଚାପ; ୨ଦିନ ଯାଏଁ ପ୍ରବଳ ବର୍ଷିବ