ଇଦ୍ ଉଲ୍ ଜୁହା ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
1 min readଭୁବନେଶ୍ୱର: ଆଜି ମୁସଲମାନ ସଂପ୍ରଦାୟର ପବିତ୍ର ଇଦ୍ ଉଲ୍ ଜୁହା । ଦେଶର ସମସ୍ତ ମସଜିଦରେ ସମୂହ ନମାଜ ପାଠ କରାଯାଇଛି । ପବିତ୍ର ଇଦ୍ ଉଲ୍ଲ ଜୁହା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଦ୍ ଉଲ୍ଲ ଜୁହାର ଶୁଭ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ଏହି ପର୍ବ ଆମ ଜୀବନରେ ଆନନ୍ଦ ଏବଂ ସମୃଦ୍ଧତା ଆଣନ୍ତୁ, ଭାଇଚାରାକୁ ମଜବୁତ କରନ୍ତୁ ଏବଂ ଆମକୁ ଶାନ୍ତି, ସୌହାର୍ଦ୍ଦ୍ୟ ଏବଂ କରୁଣାର ପଥରେ ମାର୍ଗଦର୍ଶନ କରନ୍ତୁ ବୋଲି ଟ୍ୱିଟ୍ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ।
Warm greetings to everyone on the auspicious occasion of #EidAlAdha. May the Festival bring joy & prosperity in our lives, strengthen brotherhood and guide us on the path of peace, harmony & compassion. #EidAdhaMubarak pic.twitter.com/mmTJZEyGkm
— Naveen Patnaik (@Naveen_Odisha) July 10, 2022
ଇଦ୍ ଉଲ୍ଲ ଜୁହା ଅବସରରେ ଭାଇଚାରାର ସହର କଟକ ଉତ୍ସବ ମୁଖରିତ ହୋଇଛି । ବିଭିନ୍ନ ମସଜିଦ ଓ ଇଦଗାରେ ସମୂହ ନମାଜ ପାଠ କରିଛନ୍ତି ମୁସଲମାନ ଶ୍ରଦ୍ଧାଳୁ । ଓଡିଆ ବଜାର, ଦରଘାବଜାର, ଯୋବ୍ରା ମସଜିଦ ସହିତ କଦମ ରସୁଲ ଓ ଇଦଗାରେ ହଜାର ହଜାର ଶ୍ରଦ୍ଧାଳୁ ଏକାଠି ହୋଇ ନମାଜ ପଢି ପରସ୍ପରକୁ ଇଦ୍ ଉଲ୍ ଜୁହାର ଶୁଭେଚ୍ଛା ଜଣାଇଛନ୍ତି । ମୁସଲମାନ ସଂପ୍ରଦାୟର ଲୋକମାନେ ଇଦ୍ ଉଲ୍ ଜୁହାକୁ ବଳିଦାନ, ସମର୍ପଣ ଓ ଦାନର ପର୍ବ ବୋଲି ଗ୍ରହଣ କରିଥାନ୍ତି ।