ଜୁବେରଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହେପାଜତକୁ ପଠାଇଲେ କୋର୍ଟ
1 min readନୂଆଦିଲ୍ଲୀ: ଅଲ୍ଟ ନିଉଜର ସହ ସଂସ୍ଥାପକ ମହମ୍ମଦ ଜୁବେରଙ୍କୁ ଆଉ ଏକ ଝଟକା ଲାଗିଛି । ଦିଲ୍ଲୀ ପଟିଆଲା ହାଉସ କୋର୍ଟର ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ଜୁବେରଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । କୋର୍ଟ ମହମ୍ମଦ ଜୁବେରଙ୍କୁ ୧୪ ଦିନିଆ ବିଚାରବିଭାଗୀୟ ହେପାଜତକୁ ପଠାଇଛନ୍ତି । ଦିଲ୍ଲୀ ପୋଲିସ ହିଂସା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ଜୁବେରଙ୍କ ବିଚାର ବିଭାଗୀୟ ହେପାଜତ ପାଇଁ ଆବେଦନ କରିଥିଲା ।
ଦିଲ୍ଲୀ ପୋଲିସ ଜୁବେର ଦ୍ୱାରା ଷଡଯନ୍ତ୍ର ଏବଂ ପ୍ରମାଣ ନଷ୍ଟ କରିବାର ଅଭିଯୋଗ କରିଥିଲା । ପୋଲିସ କହିଥିଲା ଯେ, ଜୁବେରଙ୍କୁ ବିଦେଶରୁ ଫଣ୍ଡ ମିଳୁଥିଲା । ଏଫଆଇଆରରେ ଦିଲ୍ଲୀ ପୋଲିସ ତିନି ନୂଆ ଧାରା-୨୦୧, ୧୨୦ବି ଏବଂ ଏଫସିଆରଏର ୩୫ ମାମଲା ଯୋଡିଛି। ଜୁବେର ଟ୍ୱିଟ ଜରିଆରେ ହିନ୍ଦୁଙ୍କ ଧାର୍ମିକ ଭାବନାକୁ ଆଘାତ କରିବା ଅଭିଯୋଗରେ ସୋମବାର ତାଙ୍କୁ ଗିରଫ କରାଯାଇଥିଲା ।