‘ବଡ ଖବର’ର ସମ୍ପାଦକ ଅର୍ଦ୍ଧେନ୍ଦୁଙ୍କ ବିରୋଧରେ ଆଉ ଏକ ଅଭିଯୋଗ
1 min readକଟକ: ସାମ୍ବାଦିକ ତଥା ‘ବଡ ଖବର’ର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ବିରୋଧରେ ଆଉ ଏକ ସଙ୍ଗୀନ ଅଭିଯୋଗ । କଟକ ପୁରୀ ଘାଟ ଥାନାରେ ଋଜୁ ହୋଇଛି ମାମଲା । ମିଳିଥିବା ସୂଚନା ମୁତାବକ ନିଶୀଥ ଅଗ୍ରୱାଲ ନାମକ ଜଣେ ବ୍ୟବସାୟୀଙ୍କ ଠାରୁ ୭ଲକ୍ଷ ଟଙ୍କାର ପ୍ଲାଏ କିଣିଥିଲେ ଅର୍ଦ୍ଧେନ୍ଦୁ ଦାସ । ଏହି ଅର୍ଥକୁ ସଠିକ ଭାବେ ଉକ୍ତ ବ୍ୟବସାୟୀଙ୍କୁ ପୈଠ କରିନଥିବା ଅଭିଯୋଗ ଆସିଛି ।
ଠକେଇ ହୋଇଥିବା ପୁରୀଘାଟ ଥାନାରେ ଅଭିଯୋଗ କରିଛନ୍ତି ବ୍ୟବସାୟୀ ନିଶୀଥ ଅଗ୍ରୱାଲ । ସେପଟେ ଅଭିଯୋଗ ଆଧାରରେ ପୁରୀ ଘାଟ ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ଅନ୍ୟପଟେ ଟିଭି ଚ୍ୟାନେଲ ପ୍ରତିଷ୍ଠା କରିବା ପାଇଁ ୨୦୨୦ ମସିହାରେ ଅର୍ଦ୍ଧେନ୍ଦୁ ଦିଲ୍ଲୀର ସଲ୍ୟୁସନ୍ ବ୍ରଡକାଷ୍ଟ୍ର ପ୍ରୋପାଇଟର୍ ଗଗନଦୀପ ସିଂହ ଚାଓ୍ବଲାଙ୍କ ଠାରୁ ଆଣିଥିବା ଲକ୍ଷାଧିକ ଟଙ୍କାର ଯନ୍ତ୍ରାଶ ବାବଦରେ ମଧ୍ୟ ଠକେଇ କରିଥିବା ଅଭିଯୋଗ ହୋଇଛି ।
ଅଭିଯୋଗକାରୀ ଗଗନଦୀପଙ୍କ ଅଭିଯୋଗ ପରେ ହାଜର ହେବାକୁ ୨ ଥର ନୋଟିସ କରିଥିଲା ଇଓଡବ୍ଲୁ । ହେଲେ ହାଜର ହୋଇନଥିଲେ ଅର୍ଦ୍ଧେନ୍ଦୁ ଦାସ । ତାଙ୍କ ବିରୋଧରେ ଇଓଡବ୍ଲ୍ୟୁରେ ଆଇପିସିର ଧାରା ୪୦୬, ୪୨୦, ୪୬୭, ୪୬୮, ୪୭୧ ଓ ୧୨୦-ବିରେ ମାମଲା ରୁଜୁ ହୋଇଛି ।